Hot Posts

6/recent/ticker-posts

ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ‘ଟିବି ମୁକ୍ତ ଭାରତ ଅଭିଯାନ’ ସଚେତନତା କାର୍ଯ୍ୟକ୍ରମ

ଜୟପୁର, ୦୨/୦୯ ( ଏ. ଭେଙ୍କଟ ରାଓ ) : ୧୫ (ଓ) ବାଟାଲିୟନ୍ ଏନ୍‌ସିସି, ଜୟପୁରର ନିର୍ଦ୍ଦେଶନା ଓ କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ପୀର୍ତି ରଞ୍ଜନ ଦାଶଙ୍କ ମାର୍ଗଦର୍ଶନରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ପରିସରରେ ‘ଟିବି ମୁକ୍ତ ଭାରତ ଅଭିଯାନ’ ସମ୍ପର୍କିତ ଏକ ସଚେତନତାମୂଳକ ବକ୍ତୃତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ କୋରାପୁଟର ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ଅନୁପ ନାୟକ (IAS) ଉପସ୍ଥିତ ରହି କାର୍ଯ୍ୟକ୍ରମର ଗୌରବ ବୃଦ୍ଧି କରିଥିଲେ। ତାଙ୍କ ଉପସ୍ଥିତି କ୍ୟାଡେଟ୍‌ମାନଙ୍କୁ ଉତ୍ସାହିତ କରିଥିଲା।କାର୍ଯ୍ୟକ୍ରମରେ ଡା. ଶିବ ସାଇ ସ୍ୱରୂପ, ADPHO-TB, DHH, ଜୟପୁର ଯୋଗଦେଇ ଟିବି ରୋଗର ଲକ୍ଷଣ, ପ୍ରତିରୋଧ, ଚିହ୍ନଟ ଓ ଚିକିତ୍ସା ସମ୍ପର୍କରେ ବିସ୍ତୃତ ସଚେତନତା ପ୍ରଦାନ କରିଥିଲେ। ସେ ଟିବି ନିରାକରଣ ପାଇଁ ସମାଜର ସମସ୍ତ ବର୍ଗଙ୍କ ସହଯୋଗ ଓ ଯୁବପିଢ଼ିର ସକ୍ରିୟ ଭୂମିକାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ୧୫ (ଓ) ବାଟାଲିୟନ୍ ଏନ୍‌ସିସିର ସୁବେଦାର ଏବଂ PI ଷ୍ଟାଫ୍ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁଚାରୁ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ବିଭିନ୍ନ କଲେଜ ର ୨00 ଜଣ ଏନ୍‌ସିସି କ୍ୟାଡେଟ୍ ( SD ଓ SW) ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ ଶେଷରେ କ୍ୟାପ୍ଟେନ୍ ଡା. ଲକ୍ଷ୍ମଣ ପାତ୍ର ଧନ୍ୟବାଦ ଅର୍ପଣ କରି ଆସିଷ୍ଟାଣ୍ଟ କଲେକ୍ଟର, ବକ୍ତା, ଏନ୍‌ସିସି କମାଣ୍ଡିଂ ଅଫିସର, ସୁବେଦାର, PI ଷ୍ଟାଫ୍, କ୍ୟାଡେଟ୍ ଓ ସମସ୍ତ ସହଯୋଗୀଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଥିଲେ।ଟିବି ମୁକ୍ତ ଭାରତ’ ଗଠନ ପାଇଁ ସଚେତନତା, ସହଯୋଗ ଓ ସାମୂହିକ ପ୍ରୟାସ ହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ବାର୍ତ୍ତା ଥିଲା