ଲାଞ୍ଚିଗଡ଼, ୨୬/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକ ଅଧିନସ୍ଥ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି I ଆଜି ବୁଧୁବାର ସକାଳୁ ସେହି ଗ୍ରାମର ଜଣେ ଲୋକ ଗାଧୋଇବାକୁ ଯିବା ସମୟରେ ଏଇ ମୃତ ଯୁବକଜଣକୁ ଦେଖିଥିଲେ ଓ ତୁରନ୍ତ ନିଜ ଗାଁ ଭିତରକୁ ଦୌଡ଼ି ଗାଁ ର ସମସ୍ତଙ୍କୁ କହିଥିଲେ,ମୃତ୍ୟୁ ବରଣ କରିଥିବା ପରିବାର ଲୋକଙ୍କୁ ଯାଇ ମଧ୍ୟ କହିଥିଲେ I ତାପରେ ଗ୍ରାମର ସମସ୍ତ ଲୋକ ପୋଖରୀ ପାଖକୁ ଦଖିବା ପାଇଁ ଦୌଡି ଯାଇଥିଲେ ସେଠାରେ ସମସ୍ତେ ଦେଖି ଜାଣିଥିଲେ ଯେ ମୃତକ ବ୍ୟକ୍ତି ଜଣକ ନାମ ହେଲେ ରଥ ଦଳେଇ ୪୦ ବର୍ଷ ବୟସ୍କ ଯୁବକ ଅଟନ୍ତି I ସେ ବିଜେପୁର ଥାନା ଅନ୍ତର୍ଗତ ବିଜେପୁର ଗ୍ରାମର ରଥ ଦଳେଇ ବୋଲି ସୂଚନା ମିଳିଛି I ମିଳିଥିବା ତଥ୍ୟ ଅନୁଯାୟୀ,ରଥ ଦଳେଇ ଗତ ୧୦ ବର୍ଷ ହେବ ରଘୁନାଥପୁର ତାଙ୍କ ନିଜ ଶଶୁର ଘରେ ଅଲଗା ଆସି ରହୁଥିଲେ I ସେହି ଠାରେ ରହି ରାଜମିସ୍ତ୍ରୀ ରେ କାର୍ଯ୍ୟରତ ଥିଲେ । ସେ ଗତକାଲି ସନ୍ଧ୍ୟା ୬ ଘଣ୍ଟା ସମୟରେ ଗାଁ ପୋଖରୀକୁ ଶୌଚ ହେବା ପାଇଁ ଯିବା ସମୟରେ ତାଙ୍କର ଶିଉଳିରେ ଗୋଡ଼ ଖସି ଯାଇଥିବା ସନ୍ଦେହ କରାଯାଉଛି I ଯାହାଫଳରେ ପୋଖରୀରେ ବର୍ଷା ପାଣି ପୁରୀ ହୋଇ ଥିବା ଯୋଗୁଁ ସେଠାରେ ସେ ବୁଡି ଯାଇଥିଲେ I ତାପରେ ଏଇ ଲୋକ ପୋଖରୀରେ ଭାସିବା ଦେଖି ସେହି ଗ୍ରାମର କିଛି ଲୋକ ଲାଞ୍ଜିଗଡ ଥାନାକୁ ତୁରନ୍ତ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ I ଏଇ ଖବର ପାଇ ଲାଞ୍ଜିଗଡ ଥାନା ଆଇ.ଆଇ.ସି ନିର୍ଦେଶ କ୍ରମେ ଲାଞ୍ଜିଗଡ ଥାନା ଏ.ଏସ.ଆଇ ମୋହନ କୁମାର ପରଜା ଓ ଥାନାର କିଛି କର୍ମଚାରୀଙ୍କୁ ନେଇ ତୁରନ୍ତ ବାହାରି ପଡ଼ିଥିଲେ ଘଟଣାସ୍ଥଳ କୁ ତାପରେ ଲାଞ୍ଜିଗଡ ଅଗ୍ନିଶମ ବିଭାଗ ଟିମ ସେଠାରେ ପହଞ୍ଚି ଯାଇଥିଲେ I ପହଞ୍ଚିବା ସଙ୍ଗେସଙ୍ଗେ ଶ୍ରୀ ପରଜା ପ୍ରଥମେ ସମସ୍ତ କଥା ବୁଝିଥିଲେ, ତାପରେ ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଷ୍ଟ୍ରେଚର ନେଇ ପୋଖରୀ ପାଖକୁ ଯାଇଥିଲେ I ପୋଖରୀ ପାଖରେ ଅଗ୍ନିଶମ ବିଭାଗ କର୍ମଚାରୀ ପୋଖରୀ ମଧ୍ୟକୁ ପଶି ଲାସକୁ କୂଳକୁ ଟାଣି ଆଣିଥିଲେ,ତାପରେ ସେହି ଷ୍ଟ୍ରେଚର ଉପରେ ଶୁଆଇ ସେହି ଲାଶ କୁ ଆମ୍ବୁଲାନ୍ସ ପାଖକୁ ଅଗ୍ନିଶମ ବିଭାଗ ଆଣି ଗୋଡ଼ିରେ ଲୋଡ଼ କରଥିଲେ I ତାପରେ ସେହି ଲାଶଟିକୁ ଆମ୍ବୁଲାନ୍ସ ସାହାଯ୍ୟରେ ଲାଞ୍ଜିଗଡ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପୋଲିସ ପଠେଇ ଦେଇଥିଲ I ପ୍ରକୃତରେ ଦୁର୍ଘଟଣା, ଆତ୍ମହତ୍ୟା ନା ତାଙ୍କୁ ହତ୍ୟା କରାଯାଇଛି,ସେ ନେଇ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି I ଏହି ଘଟଣାକୁ ଶ୍ରୀ ପରଜI ଏହି କେଶକୁ ନେଇ ଗମ୍ଭୀର ଭାବରେ ତଦନ୍ତ ଆରମ୍ଭ କରିଛନ୍ତି ଲାଞ୍ଜିଗଡ ଥାନା କେଶ ୟୁ.ଡି କେଶ ନଂ ୦୨/୨୬ ହେଲା I ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ,ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି I
କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
