ବାଲେଶ୍ଵର, ୧୮/୦୮ ( ପ୍ରଭାକର ମଲ୍ଲିକ ) : ଚାଷ ଜମିରୁ ବନ୍ଯା ଜଳ ନିଷ୍କାସନ ଏବଂ ନଦୀ ବନ୍ଧ ନିର୍ମାଣ ଦାବି ରେ ରାସ୍ତା ରୋକ କରିଛନ୍ତି ଚାଷୀ, ବାଲେଶ୍ବର ଜିଲ୍ଲା ବସ୍ତା - ବାଲିଆପାଳ ମୁଖ୍ଯ ରାସ୍ତା ର ଦରଡା ନିକଟରେ ରାସ୍ତା ରୋକ କରିଛନ୍ତି ଶତାଧିକ ଚାଷୀ, ଯାହା ଫଳରେ ରାସ୍ତା ର ଦୁଇ ପାର୍ଶ୍ବ ରେ ଶହ ଶହ ଗାଡି ଅଟକି ରହିଛି, ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବିପଦ ସଙ୍କେତ ଅତିକ୍ରମ କରି ପୂଣି ବଢୁଛି ଜଳକା ନଦୀ ର ଜଳସ୍ତର ,ନଦୀ ର ଉପରମୁଣ୍ତ ମୟୁରଭଞ୍ଜ ରେ ପ୍ରବଳ ବର୍ଷା ଏବଂ ଜଳକା ନଦୀ ଅବବାହିକା ବସ୍ତା ଅଞ୍ଚଳ ରେ ଲଗାଣ ବର୍ଷା ଯୋଗୁଂ ପୂଣି ବଢୁଛି ନନୀ ର ଜଳସ୍ତର, ଅନେକ ସ୍ଥାନରେ ରାସ୍ତା ଉପରେ ୫ ଫୁଟ ବନ୍ଯା ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି, ବସ୍ତା ବ୍ଲକ ର ୧୦ ରୁ ଉର୍ଧ୍ବ ପଞ୍ଚାୟତ ବନ୍ଯା ଦ୍ବାରା ପ୍ରଭାବିତ ହୋଇଛି, ହଜାର ହଜାର ହେକ୍ଟର ଚାଷ ଜମି ରେ ବନ୍ଯା ପାଣି ଲହଡି ମାରୁଥିବା ବେଳେ ଅନେକ ଲୋକ ଙ୍କ ଘରେ ବନ୍ଯା ପାଣି ପ୍ରବେଶ କରିଛି, ବନ୍ଯା ସ୍ରୋତ ରେ ଦରଡା ନିକଟରେ ଘାଇ ସୃଷ୍ଟି ହେବା ଫଳରେ ହଜାର ହଜାର ହେକ୍ଟର ଚାଷ ଜମି ରେ ବନ୍ଯା ପାଣି ପ୍ରବେଶ କରିବା ଦ୍ବାରା ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି l(ଫଟୋ )
ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
