ବରଗଡ଼, ୧୮/୦୮ ( ଆଶିଷ କୁମାର ଭୋଇ ) : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଭୂନ୍ଦୁବାହାଲ୍ ସ୍ଥିତ ଆନନ୍ଦ କୁଞ୍ଜ ଆଶ୍ରମ, ବିଶ୍ୱାତ୍ମିକ ଗୋଶାଳା ଠାରେ ପୂଜ୍ୟପାଦ ସଦଗୁରୁ ଦେବ ପରମହଂସ ସ୍ୱାମୀ ଶ୍ରୀ ପ୍ରଜ୍ଞାନନ୍ଦ ସରସ୍ୱତୀ ଜୀ ମହାରାଜ ଙ୍କ ଭବ୍ୟ ଉପସ୍ଥିତି ରେ ଶ୍ରାବଣ ର ତୃତୀୟ ସୋମବାର ରେ ଶ୍ରାବଣୀ ରୁଦ୍ରାଭିସେକ ପାଳିତ ହୋଇଯାଇଛି ।ଶ୍ରାବଣ ମାସର ତୃତୀୟ ସୋମବାର ତଥା ସଂକ୍ରାନ୍ତି ଓ ନାଗ ପଞ୍ଚମୀ ହୋଇଥିବାରୁ 21 ଯୋଡ଼ା ସପତ୍ନୀକ ଦମ୍ପତି ଏହି ରୁଦ୍ରା ଭିସେକ ରେ କର୍ତ୍ତା ଭାବରେ ପୂଜା କାର୍ଯ୍ୟ କରିଥିଲେ। ଏହି କାର୍ଯ୍ୟ କ୍ରମରେ ପଦମପୁର, ଛତିଶଗଡ଼, ବଲାଙ୍ଗିର, କଳାହାଣ୍ଡି ତଥା ବହୁ ଜାଗାରୁ ଶ୍ରଦ୍ଧାଳୁ ମାନେ ଯୋଗଦେଇଥିଲେ। ବରଗଡ ସାଂସଦ ପ୍ରଦୀପ ପୁରୋହିତ ଓ ଦୂରଦର୍ଶନ ଭୁବନେଶ୍ୱର ର ପୂର୍ବତନ ମୂଖ୍ୟ ନୀଳାଦ୍ରି ମୋହନ ଶତପଥୀ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ। ଆଶ୍ରମ ର ସେକ୍ରେଟାରୀ ସୁଦାମ ଡନସେନା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ସମସ୍ତ ଙ୍କ ପାଇଁ ଅନ୍ନ ଭୋଗ ର ଆୟୋଜନ କରାଯାଇଥିଲା।
ବରଗଡ ଜିଲ୍ଲା ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ

