Hot Posts

6/recent/ticker-posts

ଦୁର୍ଗମ ଅଞ୍ଚଳରେ ଦୟାନିୟ ଅବସ୍ଥା ଘର ପାଖରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ଘରେ ଗର୍ଭବତୀ ଜନ୍ମ କଲେ ଶିଶୁ କନ୍ୟା I

କଳାହାଣ୍ଡି, ୧୮/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକ ଅଧିନସ୍ଥ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ବାତେରପଡା ଗ୍ରାମର ଉପରମାଝୀ ପଡ଼ାରେ ଏକ ଅଭାବନୀୟ ଘଟଣା ଆଜି ମଙ୍ଗଳବାର ଦିନ ଘଟିଯାଇଛି I କାଲି ବିଳମ୍ବିତ ରାତିରେ ଗର୍ଭବତୀ ମହିଳା ଆଲିଙ୍ଗା ଦେଇ ମାଝୀ ବୟସ ୩୪ ବର୍ଷୀୟ ଗର୍ଭବତୀ ବଥା ଆରମ୍ଭ ହୋଇଥିଲା I ତେଣୁ ସେହି ମହିଳାଙ୍କ ସ୍ୱାମୀ ଧାନଶିଙ୍ଗ ମାଝୀ ତୁରନ୍ତ ଯାଇ ସେଠାକାର ଆଶା କର୍ମୀ ଦିଦି ସତ୍ୟଭାମା ବିଶୋଇଙ୍କୁ ସମସ୍ତ କଥା କହି ନିଜ ଘରକୁ ଡାକି ଆଣିଥିଲେ I ଶ୍ରୀମତୀ ବିଶୋଇ ଦେଖିଲା ପରେ ତୁରନ୍ତ ଲାଞ୍ଜିଗଡକୁ ଆମ୍ବୁଲାନ୍ସ ପାଇଁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ,କିନ୍ତୁ ବିଳମ୍ବିତ ରାତି ହେଇଥିବା ହେତୁ ଓ ପ୍ରବଳ ବର୍ଷା ସାଙ୍ଗକୁ ରାସ୍ତା ଖରାପ ସାଙ୍ଗକୁ ରାତିରେ ହାତୀର ଭୟ ତେଣୁକରି ରାତିରେ ଆମ୍ବୁଲାନ୍ସ ଯାଇ ପାରିନଥିଲା I ତାପରେ ଆମ୍ବୁଲାନ୍ସ ଆଜି ସକାଳ ୦୮ ଘଣ୍ଟା ସମୟ ଯାଇ ବାତେରପଡା ଗ୍ରାମର ତଳମାଝୀପଡ଼ାରେ ପହଞ୍ଚି ଯାଇଥିଲା,କିନ୍ତୁ ରାସ୍ତା ନଥିବା ହେତୁ ଆମ୍ବୁଲାନ୍ସ ଉପର ମାଝୀପଡାକୁ ଯାଇପାରିନଥିଲା I ରାସ୍ତା ଟି ତଳ ମାଝୀପଡାରୁ ପ୍ରାୟ ଅଧ କିଲୋମିଟର ଅଧିକ ହେବ ଉପର ମାଝୀପଡ଼ାକୁ, ଇତି ମଧ୍ୟରେ ବା ବିଳମ୍ବିତ ରାତ୍ର ୧୨ ଘଣ୍ଟା ସମୟରେ ଉକ୍ତ ଗର୍ଭବତୀ ମହିଳାଙ୍କର ଭୀଷଣ ବଥା ହେବା ଯୋଗୁଁ ସେତେବେଳକୁ ସେହି ଗର୍ଭବତୀ ମହିଳା ସମ୍ଭାଳି ନପାରିବ ହେତୁ ଉକ୍ତ ମହିଳାଙ୍କୁ ତାଙ୍କ ନିଜ ଘରେ ଆଶା ଦିଦି ପ୍ରସବ କରIଇ ଦେଇଥିଲେ I ସେହି ଗର୍ଭବତୀ ମହିଳାଙ୍କର କନ୍ୟା ଶିଶୁ ଏକ ଗୋଟି ଜନ୍ମ ଦେଇଥିଲେ, ତାପରେ ସେହି ମା ଓ ନବଜାତ ଶିଶୁ କନ୍ୟାକୁ ଷ୍ଟ୍ରୀଚରରେ ସେହି ଗ୍ରାମର କିଛି ଲୋକ ବୋହି କରି ତଳ ମଝିପଡ଼ାରେ ଠିଆ ଉଠିଥିବା ଆମ୍ବୁଲାନ୍ସ ପାଖକୁ ନେଇ ଆସିଥିଲେ I ତାପରେ ଲାଞ୍ଜିଗଡ ସରକାରୀ ଡାକ୍ତରଖାନରେ ଆଣି ଭର୍ତ୍ତି କରଥିଲେ I ଆଜି ଭାରତ ସ୍ୱାଧୀନ ହୋଇ ୮୦ ବର୍ଷ ପୁରିଗଲା ପଛେ ଲାଞ୍ଜିଗଡ ବ୍ଲକରେ ବାତେରପଡା ଗ୍ରାମ ଭଳି ଅନେକ ଦୁର୍ଗମ ଅଞ୍ଚଳଅଛି କିନ୍ତୁ ପ୍ରଶାସନର ତାରି ଉପରେ ଦୃଷ୍ଟି ଗୋଚର ହେଉନାହିଁ I ଖାଲି ସରକାର ବାଃ ବାଃ ମାରୁଛନ୍ତି ଆମେ ଗାଁ ଗାଁ କୁ କରିଛୁ ରାସ୍ତା କିନ୍ତୁ ଆଜିବି ଦୁର୍ଗମ ଅଞ୍ଚଳରେ ଲୋକ ଦୟନୀୟ ଅବସ୍ଥାରେ ଦିନ କଟୁଛନ୍ତି I ଏଇଠି ଜନସାଧାରଣଙ୍କ ମନରେ ଗୋଟିଏ କଥା ଉଙ୍କି ମାରୁଛି ଏଇ ଦୁର୍ଗମ ଅଞ୍ଚଳକୁ କେବେ ପ୍ରଶାସନ ଉର୍ନତି କରିବେ ? ଏଇ ଦୁର୍ଗମ ଅଞ୍ଚଳ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସେହି ଆଦିବାସୀ ଭାଇ ଭୋଉଣୀ ମାନଙ୍କୁ ଉଚ୍ଚିତ ମାନର ଶିକ୍ଷା,ଉଚ୍ଚିତ ମାନର ସ୍ୱାସ୍ଥ୍ୟ,ଉଚ୍ଚିତ ମIନର ଖାଦ୍ୟ ଦେଉଛନ୍ତି ବୋଲି ସରକାର କହୁଛନ୍ତି କିନ୍ତୁ ତାଙ୍କରି ପାଖରେ ଠିକ ଭାବେ ପହଞ୍ଚି ପାରୁନାହିଁ I ଏହା ଦେଖି ବାକୁ ବାକି ରହିଲା ପ୍ରଶାସନ ଏଇ ସମ୍ବାଦ ବାଜିଲା ପରେ କେତେ ସଚେତନତା ଆଗାମୀ ଭବିଷ୍ୟତରେ ଜଣାପଡିବ I



କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ