Hot Posts

6/recent/ticker-posts

ରାତିରେ ଜାତୀୟ ରାଜପଥରେ ପୋଲିସର ଯାଞ୍ଚ,ଏସଆଇଙ୍କ ବିରୋଧରେ ମିଛ ଖବର ପରିବେଶଣ l

ବାଲେଶ୍ଵର, ୨୩/୦୮ ( ପ୍ରଭାକର ମଲ୍ଲିକ ) :  ରାତି ସମୟରେ ଜାତୀୟ ରାଜପଥରେ ଚୋରି, ଛିନତାଇ ଓ ଅନ୍ୟାନ୍ୟ ଅପରାଧ ରୋକିବା ପାଇଁ ପୋଲିସ ପକ୍ଷରୁ ଗାଡ଼ି ଯାଞ୍ଚ କରାଯାଉଥିଲା। ଡ୍ୟୁଟିରେ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀମାନେ  ଗାଡ଼ି ଅଟକାଇ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ଓ ଆବଶ୍ୟକୀୟ ଗାଡ଼ି କାଗଜପତ୍ର ଯାଞ୍ଚ କରୁଥିଲେ। ଏହି ସମୟରେ ଗାଡ଼ି ଚାଳକ ପୋଲିସ ଏସଆଇ ବବି ମିଶ୍ରଙ୍କ ସମେତ ଡ୍ୟୁଟିରେ ଥିବା ଅନ୍ୟ ପୋଲିସ କର୍ମଚାରୀଙ୍କ ଫଟୋ ଉଠାଇଥିବା ଜଣାପଡ଼ିଛି। ପରେ ଉକ୍ତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ତେବେ ଫଟୋ କେଉଁ ପରିସ୍ଥିତିରେ ଉଠାଯାଇଥିଲା ଏବଂ ଏହାକୁ କିଏ ସୋସିଆଲ ମିଡିଆରେ ପ୍ରସାର କରିଛି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।  କାହିଁକି ମିଛରେ ବଦନାମ କରୁଛନ୍ତି ପୋଲିସ ଅଧିକାରୀ କୁ ଏତେ ରାତିରେ ଗାଡ଼ି ରାସ୍ତା କଡ଼ରେ କଣ ପାଇଁ ରଖି କଣ କରୁଛ ପଚାରିବାରୁ ମିଛରେ ଭିଡିଓ ଭାଇରାଲ କରିଛନ୍ତି l ପ୍ରକାଶ ଥାଉକି ଏ ବ୍ୟକ୍ତି ଜଣଙ୍କର  ରାତିରେ କଣ ଉଦେଶ୍ୟ ଥିଲା ରାତିରେ ରାସ୍ତା କଡରେ  ଛିଡା ହୋଇ ପୋଲିସ ଅଧିକାରୀ କୁ ଧମକ ଦେବା ସହ ମିଛରେ ଭିଡିଓ  କରି  ଭାଇରାଲ  କରୁଛି  ତାହାର କୌଣସି ସତ୍ୟତା ନାହିଁ l  ଏ ଭଳି ଜଣେ  ସଚୋଟ , ନିରପେକ୍ଷ,   ନିଷ୍ଠାପର, ନ୍ୟାୟ ବାନ ପୋଲିସ ଅଫିସ ର  କୁ  ଏ  ବ୍ୟକ୍ତି ମିଛ ରେ  ଭିଡିଓ କରି ହଇରାଣ କରିବା ସହ  ସମ୍ମାନ ହାନୀ କରୁଛି l ଏ ବ୍ୟକ୍ତି ଜଣଙ୍କ ଉପରେ  ଆଇନ ଅନୁଯାୟୀ  ଦୃଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ l 



ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l