Hot Posts

6/recent/ticker-posts

ଖୁଦୁରୁକୁଣୀ ବ୍ରତକଳସି ନେଇ ନଦୀକୁ ଗାଧୋଇ ବାକୁ ଯାଇ ୧ ଯୁବତୀମୃତ

ଧାମନଗର ୨୩/୦୮ ( ନବଦୂତ ) : ସୂଚନା ମୁତାବିକ-ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ, ଦଇପୁର ଗ୍ରାମ ପଞ୍ଚାୟତ ରେ ଅଘଟଣ।ନଦୀକୁ ଗାଧୋଇ ବାକୁ ଯାଇ ପ୍ରଖର ସ୍ରୋତରେ ଭାସିଯାଇ ୧ଯୁବତୀ ମୃତ।ପ୍ରାପ୍ତ ଖବର ଅନୁଯାଉ ଚୈତ୍ରମାସ ପ୍ରଥମ ରବିବାର ରେ ଖୁଦୁରୁକୁଣୀ ବ୍ରତ ପାଳନ କରିବା ପାଇ ସକାକୁ ନାଥ ସାଇ ଗ୍ରାମର କୁମାରୀ ଝିଅ ମାନେ ଘରେ ଫୁଲ ତୋଳି ଦେବୀଙ୍କ ପାଇଁ ଫୁଲ ମାଳ ବନେଇ ପରେ କଳସି ନେଇ ନିକଟସ୍ତ ଦଇପୁର ଗ୍ରାମ ରେଵନଦୀରେ ଯାଇ ଗାଧୋଇ ବା ବେଳେ ନଦୀରେ ଗୋଡ଼ ଖସି ଯିବାରୁ ୪ଜଣ ଯୁବତୀଙ୍କ ମଧ୍ୟରୁ ୩ଜଣ ବହୁ କଷ୍ଟେ ଉପରକୁ ଉଠି ଆସିଲେ, ମାତ୍ର ସାଥିରେ ଥିବା ଅନ୍ୟ ଜଣେ ଯୁବତୀ ନଦୀ ର ପ୍ରଖର ସ୍ରୋତ ମଧ୍ୟକୁ ଭାସି ଯାଇଥିଲା।ଖବର ପାଇ ଗ୍ରାମବାସୀ ମାନେ ନଦୀରେ ସ୍ରୋତ ରେ ବହୁ ଖୋଜା ଖୋଜି କରି ଯୁବତୀକୁ ଉଦ୍ଧାର କରି ତୁରନ୍ତ ଭଦ୍ରଜ ଡାକ୍ତର ଖାନାକୁ ନେଇଥିଲେ,ସେଠାରେ କାର୍ଯ୍ୟରତ ଡାକ୍ତର ଯୁବତୀ ଙ୍କୁ ପରୀକ୍ଷା କରି ଶେଷରେ ସେ ମୃତ ଘୋଷଣା କରିଥିଲେ।ମୃତ ଯୁବତୀ ଙ୍କ ନାମ-କୁମାରୀ ଇପ୍ସିତା ନାଥ, ବୟସ-୧୭, ପିତା-ଚକ୍ରଧର ନାଥ ବୋଲି ସୂଚନାମିଳିଛି।ଇପ୍ସିତା ନାଥ ଙ୍କ ଅକାଳ ମୃତୁ ପାଇଁ ପରିବାର ସହ ଆଖପାଖ ଅଞ୍ଚଳ ରେ ଏକ ଶୋକର ଛାୟା ଖେଳିଯାଇ ଥିବାର ସୂଚନା ମିଳିଛି।



ନବଦୂତ,ମାନସ କୁମାର ସାହୁ।