Hot Posts

6/recent/ticker-posts

ବସ୍ତାରେ ଅବକାରୀ ବିଭାଗର ଚଢ଼ାଉ: ୧୦୦ ଲିଟର ଦେଶୀ ମଦ ସହ ଯୁବକ ଗିରଫ, ବାଇକ୍ ଜବତ l

ବାଲେଶ୍ଵର, ୨୨/୦୮ ( ପ୍ରଭାକର ମଲ୍ଲିକ ) : ବାଲେଶ୍ଵର ଜିଲ୍ଲା ବସ୍ତା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜୋରଦାର କରାଯାଇଛି। ଏହି କ୍ରମରେ ରୁପ୍ସା ଥାନା ଅନ୍ତର୍ଗତ ବାରହାପାଳ ଗ୍ରାମର କୈଳାସ ଜେନାଙ୍କୁ କୁଡ଼ିଆ ଛକରୁ ଅବକାରୀ ପୋଲିସ ଗିରଫ କରିଛି। ତଥ୍ୟ ଅନୁଯାୟୀ, ଅଭିଯୁକ୍ତଙ୍କ ନିକଟରୁ ୧୦୦ ଲିଟର ଆଇଡି (ID) ଲିକର ମଦ ଏବଂ ମଦ ପରିବହନରେ ବ୍ୟବହୃତ ଏକ ବାଇକ୍ ଜବତ କରାଯାଇଛି। ଏହି ଘଟଣା ନେଇ ଅବକାରୀ ଥାନାରେ କେଶ ନମ୍ବର ୮୪/୨୭ ମୂଳେ ଏକ ମାମଲା ରୁଜୁ କରାଯାଇଛି। ଅବକାରୀ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।


ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l