Hot Posts

6/recent/ticker-posts

ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନା: କୁଟ୍ରୀଛାପର ପଞ୍ଚାୟତରେ ବିଧାୟକ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟା

ଝରିଗାଁ, ୨୨/୦୮ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନା ଏବଂ ଝରିଗାଁ ବିଧାୟକଙ୍କ ନିଜସ୍ୱ ଫଣ୍ଡରୁ ଏହି ବିକାଶ କାର୍ଯ୍ୟ ପାଇଁ ଅର୍ଥ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଏହି ଅବସରରେ ମାନ୍ୟବର ଝରିଗାଁ ବିଧାୟକ ନରସିଂହ ଭତ୍ରା, ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଗୋବିନ୍ଦ ଜୈନ, ଜିଲ୍ଲା ସମିତି ସଭ୍ୟ ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ମାଝି, ବିଶିଷ୍ଟ ବିଜେପି ନେତା ଅକାଳୁ ଜାଲି, ସରପଞ୍ଚ ବୃନ୍ଦୀ ସାନ୍ତା, ପଞ୍ଚାୟତ ସଭାପତି ଦଶରଥ ସାନ୍ତା, ମାଧବ ମାଝି, ଧନସିଂ ଗୌଡ଼, ଜଳନ୍ଧର ହରିଜନ, ଭଗବାନ ଗୌଡ଼, ପିଣ୍ଟୁ ଚୌଧୁରୀ, କମଳଚନ ଗୌଡ଼, ଲଛମନ ଉଲାକା, ଯୁଜେଷ୍ଟି ସାନ୍ତାଙ୍କ ସମେତ ବହୁ ନେତା, ଜନପ୍ରତିନିଧି ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତର ସାମଗ୍ରିକ ବିକାଶ ନେଇ ଆଲୋଚନା ହୋଇଥିଲା। ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ସହ ଅନ୍ୟାନ୍ୟ ମୌଳିକ ସୁବିଧାର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା। କଲେଗାଁ, ଦିପୁଭଟ୍ଟା, ଚିକିଲି, ଗୌଡ଼ଗୁଡ଼ା, ଶାଗବରିଆ ସାହି, ରନ୍ଦାବସା, ମେହେର ସାହି, ଡାଇନିଗୁଡ଼ା, ମଙ୍ଗରଦୋରା, ମାଣିକଗୁଡ଼ା, କେନ୍ଦୁସାହି, କୋଟିଧାରା ଆଦି ଅଞ୍ଚଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଥିବା କୁହାଯାଇଛି। ଆଗାମୀ ଦିନରେ ପଞ୍ଚାୟତରେ ଆହୁରି ଅନେକ ବିକାଶମୂଳକ କାର୍ଯ୍ୟ କରାଯିବ ବୋଲି ଉପସ୍ଥିତ ନେତାମାନେ କହିଥିଲେ। ଏହି ଅବସରରେ ନାଚ, ଗୀତ ଓ ବିଭିନ୍ନ ସାଂସ୍କୃତିକ ପରିବେଷଣ ହୋଇଥିବାରୁ ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ସ୍ଥାନୀୟ ଲୋକଙ୍କ ବ୍ୟାପକ ଉପସ୍ଥିତିରେ କାର୍ଯ୍ୟକ୍ରମଟି ଆନନ୍ଦମୁଖର ଭାବେ ସମ୍ପନ୍ନ ହୋଇଥିଲା। ପରିବେଷଣ କରାଯାଇଥିବା ଆଞ୍ଚଳିକ ଢେମାଏସା ନୃତ୍ୟରେ ତାଲା କୁ ତଲାସ କରି ବିଧାୟକ ଶ୍ରୀ ଭତରା ନାଚି ଥିଲେ।