Hot Posts

6/recent/ticker-posts

ଶ୍ରାବଣ ସୋମବାରରେ ବାବା ନିଖିରେଶ୍ୱର ଶୈବ ପୀଠରେ ଜଳାଭିଷେକ କଲେ ଶହ ଶହ କାଉଡ଼ିଆ l

ବାଲିଆପାଳ, ୦୪/୦୮ ( ସନ୍ୟାସୀ ବେହେରା ) : ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକର ନିଖିରା ଗ୍ରାମରେ ଅବସ୍ଥିତ ସ୍ୱୟମ୍ଭୁ ବାବା ନିଖିରେଶ୍ବରଙ୍କ ପୀଠରେ ଶ୍ରାବଣ ସୋମବାର ଅବସରରେ ଶହ ଶହ ପୁରୁଷ ମହିଳା ଭକ୍ତ ବାବାଙ୍କ ଠାରେ ଜଳାଭିଷେକ କରିଛନ୍ତି l ଭୋରରୁ ବାବା ନିଖିରେଶ୍ୱର ମହାଦେବଙ୍କ ନୀତି କ୍ରାନ୍ତି ସମାପ୍ତି ହେବା ପରେ କାଉଡ଼ିଆମାନଙ୍କର ଜଳାଭିଷେକ ଆରମ୍ଭ ହୋଇଥିଲା l ଶୃଙ୍ଖଳାର ସହ ଧାଡିରେ ରହି କାଉଡ଼ିଆ ଭକ୍ତ ମାନେ ଜଳାଭିଷେକ କରିଥିଲେ l ସୁବର୍ଣ୍ଣରେଖା ନଦୀରୁ ଏବଂ ନୀଳ ପୋଖରୀରୁ କାଉଡ଼ିଆମାନେ ପାଣି ଉଠାଇ ବାବାଙ୍କ ନାମ ଧରି ମନ୍ଦିର ବେଢାରେ ପହଞ୍ଚିଥିଲେ l ବାବା ନିଖିରେଶ୍ୱର ମନ୍ଦିର ଉନ୍ନୟନ କମିଟିର ସଦସ୍ୟମାନେ ଉପସ୍ଥିତ ରହି ଶ୍ରାବଣୀ ଭକ୍ତଙ୍କୁ ସହଯୋଗ କରିଥିଲେ l