Hot Posts

6/recent/ticker-posts

ପୋଲିସ ଭୁଲିଗଲା ମାନବିକତା, ଶାଶୁ କୁ ପିଟି ସୁନା ଓ ଟଙ୍କା ନେଇଗଲା ବହୁ l

ବାଲେଶ୍ୱର, ୦୭/୦୮ ( ପ୍ରଭାକର ମଲ୍ଲିକ ) : ଜନସାଧାରଣଙ୍କୁ ସୁରକ୍ଷା ଦେବା ପୋଲିସ ର ବଡ ଦାୟୀତ୍ବ ମାତ୍ର ବାଲିଆପାଳ ପୋଲିସ ସୁରକ୍ଷା ନ ଦେଇ ପାରିବା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୋଲିସ ଉପସ୍ଥିତ ଥିବା ସମୟରେ ବହୁ ଶାଶୁ କୁ ପିଟି ସୁନା ଅଳଙ୍କାର, ଟଙ୍କା ଓ ଆବଶ୍ୟକ କାଗଜପତ୍ରକୁ ଵହୁ ନେଇ ଯିବା ଘଟଣା ଏବେ ନୂଆଗାଁ ପଞ୍ଚାୟତର ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାରୁ ପ୍ରକାଶ ବାଲିଆପାଳ ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଶଗଡା ଶୂଳ ଗ୍ରାମର ବୈକୁଣ୍ଠ ବିଶ୍ବାଳଙ୍କ ପୁଅର ବହୁ ମାଣିକ ବିଶ୍ଵାଳ ବୁଧବାର ମଧ୍ୟାହ୍ନରେ ମାଣିକ ବିଶ୍ଵାଳ ତାଙ୍କର ବାପା ହରିଶ୍ଚନ୍ଦ୍ର ମହାନ୍ତି, ମା ରୀନା ମହାନ୍ତି, ଭାଇ ବବୁଲୁ ମହାନ୍ତିଙ୍କ ସହଯୋଗୀ ଏବଂ ୫ ଜଣ ପୋଲିସ ହଠାତ ବୈକୁଣ୍ଠ ବିଶ୍ବାଳଙ୍କ ଘରେ ପହଞ୍ଚି ଥିଲେ। ସେହି ସମୟରେ ଘରେ ଏକା ଥିବା ବୈକୁଣ୍ଠଙ୍କ ସ୍ତ୍ରୀ ମିନତି ବିଶ୍ଵାଳ ଙ୍କୁ ଘର ଚାବି ଖୋଲି ବାକୁ କହିଥିଲେ ମାତ୍ର ମିନତି ଏଥିରେ ରାଜି ନହେବାରୁ ବହୁ ମାଣିକ ଓ ତାଙ୍କର ବାପା, ମା , ଭାଇ ଓ ତାଙ୍କ ସହଯୋଗୀ ମାନେ ଘୋଷାରି ନେଇ ମାଡ଼ ମାରି ଚାବି ଖୋଲା କରାଇଥିଲେ। ଶାଶୁର ସୁନା ଅଳଙ୍କାର ଟଙ୍କା ଓ ଆବଶ୍ୟକ କାଗଜପତ୍ର ବହୁ ଶାଶୁ ଠାରୁ ଛଡ଼ାଇ ନେଇଥିବା ର ଅଭିଯୋଗ ହୋଇଛି।ଏହି ସମୟରେ ଉପୁଜୁଥିବା ମାରପିଟରେ ଶାଶୁର ହାତ ଭାଙ୍ଗି ଯାଇଛି।ଏଠି ପ୍ରଶ୍ନ ଉଠୁଛି ପୋଲିସ ଉପସ୍ଥିତିରେ ଶାଶୁକୁ ମାଡ଼ ମାରି ହାତ ଭାଙ୍ଗି ଦେବା ଘଟଣାର ପୋଲିସ କି ପଦକ୍ଷେପ ନେଉଛି ତଦନ୍ତ ପରେ ଜଣାପଡ଼ିବ। ପ୍ରଶାସନ ମିନତିକୁ ନ୍ୟାୟ ଦେବାକୁ ଗ୍ରାମର ଅନିଲି ରାଉତ, ନିତ୍ୟାନନ୍ଦ ବେହେରା, ସବିତା ମାଝୀ, ହରିପଦ ମହାନ୍ତି ପ୍ରମୁଖ ଦାବି କରିଛନ୍ତି।


ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l