Hot Posts

6/recent/ticker-posts

ଲଇକେରା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱାଗତ ଉତ୍ସବ

ଲଇକେରା ୦୭/୦୮ ( ନବଦୂତ ) : ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଲଇକେରା ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ନେଇ ସ୍ୱାଗତ ଉତ୍ସବ ପାଳିତ ହୋଇଯାଇଛି। ନୂତନ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପରିବାରକୁ ସ୍ୱାଗତ କରିବା ସହ ସେମାନଙ୍କ ମନରେ ନୂତନ ଶିକ୍ଷାଜୀବନ ପ୍ରତି ଉତ୍ସାହ ଓ ଆତ୍ମବିଶ୍ୱାସ ସୃଷ୍ଟି କରାଯାଇଥିଲା। ଅଧ୍ୟକ୍ଷ କମଳ ଲୋଚନ ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ଅଧ୍ୟାପକ ସୁଶାନ୍ତ ରଥ, ସୁଦୀପ ପୁରୋହିତ, ପ୍ରବୀଣ ନାଏକ,ରାଶେଶ୍ବର ସାହୁ, ରୁଦ୍ରାକ୍ଷ ପଧାନ ଏବଂ ଅଧ୍ୟାପିକା ସୁପ୍ରଭା ନାଏକ, ଚନ୍ଦ୍ରିକା ମାଝୀ ଜେମିନି ନେଟୀ ପ୍ରମୁଖ ଉପସ୍ଥିତ ରହି ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇ ନିୟମିତ ଅଧ୍ୟୟନ, ଶୃଙ୍ଖଳା, ସମୟାନୁବର୍ତ୍ତିତା ଓ ନୈତିକ ମୂଲ୍ୟବୋଧକୁ ଜୀବନରେ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଉଚ୍ଚଶିକ୍ଷା ଓ ଭବିଷ୍ୟତର ଲକ୍ଷ୍ୟ ହାସଲ ପାଇଁ ଆଗାମୀ ଦୁଇ ବର୍ଷର ଶିକ୍ଷାଜୀବନକୁ ସଠିକ୍ ଭାବେ ବିନିଯୋଗ କରିବାକୁ ଆହ୍ୱାନ ଦେଇଥିଲେ। ଉତ୍ସବରେ ନବାଗତ ଛାତ୍ରଛାତ୍ରୀ ନିଜ ନିଜର ଅନୁଭୂତି ବ୍ୟକ୍ତ କରିବା ସହ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଦ୍ଵିତୀୟ ବର୍ଷ ବିଜ୍ଞାନ ଛାତ୍ରୀ ମାନସି ଖର୍ସେଲ ସଭା ପରିଚାଳନା କରିଥିବା ବେଳେ ବର୍ଷାରାଣୀ ପରୁଆ ଧନ୍ୟବାଦ ଅର୍ପଣ କରିଥିଲେ।