Hot Posts

6/recent/ticker-posts

"*ପୂର୍ବତନ ପ୍ରଥମ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ*"କଳାହାଣ୍ଡି ଶିବାଜୀ ମାଝୀ ଆଜି ୟଃ ଧାମ ତ୍ୟାଗ କଲେ I

କଳାହାଣ୍ଡି, ୧୯/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଅଧିନସ୍ଥ ଦାନେରଗୁଡା ଗ୍ରାମରେ ସେ ଜନ୍ମ ଗ୍ରହଣ ଏକ ଚାଷୀ ପରିବାରରେ କରିଥିଲେ I ସେ ନିଜ ପଞ୍ଚାୟତ ବିଜେପୁର ରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଅଧୟନ କରିଥିଲେ,ତାପରେ ସେ ଲାଞ୍ଜିଗଡରେ ଦଶମ ଶ୍ରେଣୀ ପାଠ ପଢିଥିଲେ ସେହିଦିନ ଠାରୁ ଲାଞ୍ଜିଗଡ ସମସ୍ତ କାର୍ଯ୍ୟରେ ସଂଶ୍ଲିଷ୍ଟ ଥିଲେ I ସେ ଜଣେ ମିଳାପି ମଣିଷଥିଲେ,ସେ ପ୍ରଥମେ ବିଜେପୁର ପଞ୍ଚାୟତରୁ ୧୯୯୨ ମସିହାରେ ସରପଞ୍ଚରେ ବିଜୟ ଲାଭ କରିଥିଲେ I ତାପରେ ଦ୍ୱତୀୟ ଥର ବିଜେପୁର ପଞ୍ଚାୟତରୁ ୧୯୯୭ ମସିହାରେ ସମିତିସଭ୍ୟ ଭାବେ ବିଜୟ ଲାଭ କରିଥିଲେ ,୨୦୦୩ ମସିହାରେ ତୃତୀୟ ଥର ବିଜେପୁର ପଞ୍ଚାୟତରୁ ସରପଞ୍ଚ ହୋଇଥିଲେ I ତାପରେ ସେ ଲାଞ୍ଜିଗଡ ନୂତନ ଗଠିତ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପାର୍ଟିରୁ ପ୍ରଥମ ବିଧାୟକ ଭାବେ ୨୦୦୯ ମସିହାରେ ବିଜୟ ଲାଭ କରିଥିଲେ I ତାପରେ ୨୦୨୧ ମସିହାରେ ବିଜୁ ଜନତା ଦଳରେ ମିଶିଥିଲେ,ସ୍ବର୍ଗତ ଶିବାଜୀ ମାଝିଙ୍କ କାର୍ଯ୍ୟ କଳାପ ଦେଖି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୨୦୨୩ ମସିହାରେ କଳାହାଣ୍ଡି ଜିଲ୍ଲାର ପ୍ରଥମ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ କରିଥିଲେ I ସେ ଆଜିକୁ ଯେତେବେଳେ ସେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ ସେହି ସମୟରେ ସେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ତଥା ଲାଞ୍ଜିଗଡ ବ୍ଲକ,ଥୁଆମୂଳ ରାମପୁର ବ୍ଲକ,ଜୟପାଟଣା ବ୍ଲକ ଓ ଭବାନୀପାଟଣା ସଦର ବ୍ଲକରେ ବୋହୁ ଉର୍ନ୍ନତି ମୂଳକ କାମ କରିଯାଇଛନ୍ତି I ଲାଞ୍ଜିଗଡ ବ୍ଲକରେ ସେ ଯାହା କରିଛନ୍ତି ତାଙ୍କୁ ଆଜି ଲାଞ୍ଜିଗଡ ବ୍ଲକରେ ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଝୁରୁଛନ୍ତି ସମସ୍ତ ଜନସାଧାରଣ ତାଙ୍କର ପରଲୋକ ଖବର ପାଇ ମ୍ରେୟମାଣ ହୋଇ ପଡିଛନ୍ତି I ତାଙ୍କର ଦେହ ଆଜକୁ ପ୍ରାୟ ଦୁଇ ମାସ ହେବ ଭଲ ନଥିଲା ସେ ଯାଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନରେ ଚିକିତ୍ସା ହେଉଥିଲେ I ସେ ଭୁବନେଶ୍ୱର ଠାରୁ ଦେହ ଭଲ ହେଲା ପରେ ନିଜ ଗ୍ରାମ ଦାନେରଗୁଡାକୁ ଫେରି ଆସିଥିଲେ,ଗତକାଲି ତାଙ୍କର ଦେହ ସୁସ୍ଥ ଥିଲI ଗତକାଲି ପୂର୍ବତନ ମନ୍ତ୍ରୀ ବଲଭଦ୍ର ମାଝୀ ତାଙ୍କୁ ଦେଖବା ପାଇଁ ଅପରାହ୍ନ ଦିନ ୩ ଘଣ୍ଟା ୩୦ ମିନିଟ ସମୟରେ ଯାଇ ତାଙ୍କର ସମସ୍ତ ଭଲ-ମନ୍ଦ ବୁଝିଥିଲେ ଓ ତାଙ୍କୁ ବାଧ୍ୟ କରିଥିଲେ ଭୁବନେଶ୍ୱର ବଳଭଦ୍ର ମାଝୀଙ୍କ ନିଜ ଘରେ ରହି ଚିକିତ୍ସା ହେବା ପାଇଁ କହିଥିଲେ,ସେ କିନ୍ତୁ ସ୍ୱର୍ଗତ ମାଝୀ ସିଧା ସଳଖ ମନ କରି କହିଥିଲେ ମୋର ଦେହ ଏବେ ପୁରା ଭଲ ଅଛି ତାପରେ ସେଠାରୁ ବଲଭଦ୍ର ମାଝୀ ସନ୍ଧ୍ୟା ୫ ଘଣ୍ଟା ସମୟରେ ଫେରିଆସିଥିଲେ I ସେ ଗତକାଲି ରାତିରେ ଖାଦ୍ୟ ଖାଇ ଶୋଇପଡ଼ିଥିଲେ ବିଳମ୍ବିତ ରାତିରେ ବା ରାତି ୨ ଘଣ୍ଟା ସମୟରେ ତାଙ୍କ ଛାତି ଯନ୍ତ୍ରଣା ହେଉଛି ବୋଲି ତାଙ୍କ ନିଜ ପରିବାର ଲୋକଙ୍କୁ କହିଥିଲେ ତାରି କିଛି ସମୟ ପରେ ସେ ହୃଦ ଘାତରେ ପ୍ରାଣ ତ୍ୟାଗ କରିଥିଲେ I ଆଜି ସକାଳ ଏନେଇ ଯେତେବେଳେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଖବର ପ୍ରସାରିତ ହେଲା ତାପରେ ସମଗ୍ର ଅଞ୍ଚଳ ବା କଳାହାଣ୍ଡି ଜିଲ୍ଲାରେ ଶୋକରଛାୟା ଖେଳିଯାଇଥିଲା I ସେ ଜଣେ ଆଦିବାସୀ ସୁସଂଗଠକ ଆଦିବାସୀ ନେତା ଭାବେ ନିଜକୁ ପ୍ରତିଷ୍ଠା କରି କେବଳ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ନୁହଁ ସମଗ୍ର କଳାହାଣ୍ଡି ଜିଲ୍ଲାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ I ତାଙ୍କର ମର ଶରୀରକୁ ଆଜି ସକାଳ ୧୦ ଘଣ୍ଟା ସମୟରେ ଅନ୍ତିମ ସଂସ୍କାର ତାଙ୍କ ନିଜ ଗ୍ରାମ ଦାନାରଗୁଡା ଶ୍ମଶାନରେ କରାଯାଇଛି I ଆଜି ସକାଳୁ ତାଙ୍କ ପରଲୋକଗତ ଖବର ପ୍ରସାରିତ ହେବା ପରେ ସ୍ବର୍ଗତ ମାଝୀଙ୍କ ନିଜ ଗ୍ରାମ ଦାନାରଗୁଡାରେ ପହଞ୍ଚି ତାଙ୍କୁ ଶେଷ ଦର୍ଶନ କରି ତାଙ୍କରି ଉପରେ ଫୁଲ ଅର୍ପଣ କରିଛନ୍ତି,ତାପରେ ସମସ୍ତେ ତାଙ୍କର ଆମର ଆତ୍ମାର ସଦଗତି ଦୁଇ ମିନିଟର ଶୋକସଭା କରିଛନ୍ତି I ଏହି ଶୋକକୁଳରେ ସାମିଲ ହୋଇଥିଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ,ଲାଞ୍ଜିଗଡ ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଧର ପେସନିଆ, ଲାଞ୍ଜିଗଡ ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ, ପୂର୍ବତନ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ମନହର ହରପାଲ,ପୂର୍ବତନ ଲାଞ୍ଜିଗଡ ପଞ୍ଚାୟତ ସରପଞ୍ଚ ଚନ୍ଦ୍ର ଧ୍ୱଜ ପେସନିଆ,ପୂର୍ବତନ ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ ଜଗଦିଶ ବେନିଆ,ବସନ୍ତପଡ଼ା ପଞ୍ଚାୟତ ସରପଞ୍ଚ ଚIଞ୍ଚେର ମାଝୀ, ସ୍ବେଛାସେବୀ ରାଜେନ୍ଦ୍ର ମାଳି,ବିଜେପିର ବିଶ୍ୱନାଥ ପୁର ମଣ୍ଡଳ ପ୍ରଭାରୀ ସୁବାଷ ଚନ୍ଦ୍ର ଅଗ୍ରୱାଲ,ଜଗନ୍ନାଥ ପୁର ପଞ୍ଚାୟତ ସମିତିସଭ୍ୟ ପ୍ରଦୀପ ମାଝୀ,ଲାଞ୍ଜିଗଡ ବ୍ଲକ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଟଙ୍କଧର ମାଝୀ,ଜିଲ୍ଲା ବିଜେଡି ସହ ସମ୍ପାଦକ ପାତ୍ର ମାଝୀ,ଭଗବାନ ହୋତା, ମନୋଜ ମାଝୀ, ଲାଞ୍ଜିଗଡ ବ୍ଲକ କଂଗ୍ରେସ ସଭାପତି ଗୋବିନ୍ଦ ପ୍ରଧାନୀ, ମୁନା ରାଉତ ସାମ୍ବାଦିକ ସନ୍ତୋଷ ତୁଲ,ସୁଶୀଲ ବାଗ,ଧର୍ମେନ୍ଦ୍ର ପଣ୍ଡା, ମହେଶ୍ୱର ପତି,ପ୍ରଧାନ ମାଝୀ ଓ ଅନ୍ୟ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ରହିଥିଲେ I ତାପରେ ସମସ୍ତେ ତାଙ୍କ ଘରୁ ବାହାରି ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କୁ ଗାଁ ଶ୍ମଶାନରେ ନେଇ କରିଯାଇଥିଲେ, ସେହି ସମୟରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ନିଜ ଗାଁ ଦାନାରଗୁଡା କାନ୍ଦ ବୋବାଳିରେ ଫାଟି ପଡୁଥାଏ I ସେ ଏତେ ମିଳାପି ମଣିଷ ଥିଲେଯେ ତାଙ୍କୁର ଶେଷ ଦର୍ଶନ କରିବା ପାଇଁ ୩୦୦୦ (ତିନି ହଜାର) ରୁ ଅଧିକ ପୁରୁଷ ଲୋକ ଓ ସ୍ତ୍ରୀ ଲୋକ ଶ୍ମଶାନରେ ଜମା ହୋଇଥିଲେ I 


କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ