Hot Posts

6/recent/ticker-posts

ନୂଆପଡ଼ା ବ୍ଲକରେ ବ୍ଲକସ୍ତରୀୟ ଜନଶୁଣାଣି ଓ ସମୀକ୍ଷା ବୈଠକ

ନୂଆପଡ଼ା, ୧୯/୦୮ ( ପରମେଶ୍ୱର ମେହେର ) : ଆଦ୍ୟ ତା. ୧୯.୦୮.୨୦୨୬ ରିଖ ଦିନ ନୂଆପଡ଼ା ବ୍ଲକରେ ୨୦୨୫–୨୬ ଆର୍ଥିକ ବର୍ଷ ପାଇଁ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (MGNREGS ) ଏବଂ ସମଗ୍ର ଶିକ୍ଷା (SSA) ଅନ୍ତର୍ଗତ ବ୍ଲକସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ଏହା ସହିତ, ୨୦୨୧–୨୨ ଠାରୁ ୨୦୨୫–୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବକେୟା ଥିବା ଅର୍ଥ ତୋଷରପାତ (FM )ରାଶି ଜମା ସମ୍ପର୍କରେ ସମସ୍ତ ପଞ୍ଚ।ୟତ ନିର୍ବାହୀ ଅଧିକାରୀ ଏବଂ ଗ୍ରାମ ରୋଜଗାର ସେବକ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ସମସ୍ତ ବକେୟା ରାଶି ଚଳିତ ମାସ ୩୦ ତାରିଖ ସୁଦ୍ଧା ଜମା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।  ଏହି ବୈଠକରେ ଜିଲ୍ଲା ପରିଷଦ, ନୂଆପଡ଼ାର ଅତିରିକ୍ତ ନିର୍ବାହୀ ଅଧିକାରୀ (ପ୍ରଶାସନ) ଜନଶୁଣାଣି କମିଟିର ଅଧ୍ୟକ୍ଷ ଭାବେ ଉପସ୍ଥିତ ଥିଲେ। ଉକ୍ତ ସଭାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ। , ପାଞ୍ଚ। ୟତ ସମିତି ଉପାଧ୍ୟକ୍ଷ,ଜିଲ୍ଲା ପରିଷଦ ସଭ୍ୟ/ ସଭ୍ୟା , ସମସ୍ତ ସରପଞ୍ଚ ଓ ଲୋକ ପ୍ରତିନିଧି ଉପସ୍ଥିତ ଥିଲେ। ଏଥିସହ BDO Nuapada; AEE Nuapada; BEO Nuapada ଏବଂ ଜିଲ୍ଳା ସାମଜିକ ସମୀକ୍ଷା ୟୁନିଟ୍ ଉପସ୍ଥିତ ଥିଲେ। ସାମାଜିକ ଅଡିଟ୍ ୟୁନିଟ୍ ଦ୍ୱାରା ଚିହ୍ନଟ ସମସ୍ତ ଅଭିଯୋଗ, ସମସ୍ୟା ଏବଂ ତଥ୍ୟ ଅନୁସନ୍ଧାନର ଫଳାଫଳ ଜନଶୁଣାଣିରେ ଉପସ୍ଥାପନ କରାଯାଇଥିଲା। MGNREGS ଅଧୀନରେ ଚିହ୍ନଟ ଅନିୟମିତତା/ସମସ୍ୟାଗୁଡ଼ିକ ଉପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ସମ୍ପର୍କରେ ଆଲୋଚନା କରାଯାଇଥିଲା।