Hot Posts

6/recent/ticker-posts

କଟକ ସରକାରୀ ଅଭ୍ୟାସ ବାଳିକା ଉଞ୍ଚ ବିଦ୍ୟାଳୟ ରେ କୃତୀଛାତ୍ରୀଙ୍କୁ ସମ୍ବର୍ଦ୍ଧନା.

କଟକ, ୧୯/୦୮ ( କାହୁଁ ଚରଣ ବାରିକ ) : ତା19.08.26ରିଖ କଟକ ବାଲୁବଜାର ପୂଜା କମିଟି ସଭାପତି ତଥା ସମାଜସେଵୀ ପୃଥ୍ୱୀରାଜ ସାହୁଙ୍କ ଦ୍ୱାରା ବିଦ୍ୟାଳୟ ରେ 2025-2026 ବୋର୍ଡ ପରୀକ୍ଷାରେ କୃତିତ୍ୱ ଅର୍ଜନ କରଥିବା ଛାତ୍ରୀଙ୍କ ପାଇଁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ! ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମନୋରମା ରଥଙ୍କ ସଭାପତିତ୍ୱ କରିଥବା ବେଳେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଲାଲବାଗ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସତ୍ୟବ୍ରତ ଭୂତିଆ, ସମ୍ମାନୀୟ ଅତିଥି ବରିଷ୍ଠ ଫଟୋ ସାମ୍ବାଦିକ ସରୋଜ କୁମାର ମଲ୍ଲିକ ଯୋଗ ଦେଇଥିଲେ ! ଅନ୍ୟମାନଙ୍କ ମଧ୍ୟରେ ସି.ଆର.ସି.ସି ସୟଦ କାଶୀଫୁଲ ଇସଲାମ, ଶରତ ବେହେରା, ଶିକ୍ଷୟତ୍ରୀ ରଶ୍ମିତା ବେହେରା, ଅନିତା ମଣ୍ଡଳ, ରଞ୍ଜିତ କୁମାର ଭୂଇଁଆଁ, ପ୍ରିୟଙ୍କା ପରିଡା, ସୁନିତା ନାୟକ, ପ୍ରୀତି ଦାସ, ଅର୍ଣ୍ଣପୂର୍ଣ୍ଣା ମହାରଣା ପ୍ରମୁଖ ଯୋଗଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ! ବିଦ୍ୟାଳୟ ର ସର୍ବୋଚ୍ଚ ନମ୍ବର ରଖିଥିବା କୃତୀ ଛାତ୍ରୀ ଆକାଂକ୍ଷା ବେହେରା ଓ ପ୍ରୀତିପୁର୍ଣ୍ଣା ବେହେରା ଦୁଇ ଛାତ୍ରୀଙ୍କୁ ପୁଷ୍ପ ଗୁଚ୍ଛ, ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ! ସମ୍ମାନୀୟ ଅତିଥି ଶ୍ରୀ ମଲ୍ଲିକ ଫେସବୁକ ସାମାଜିକ ଅନୁଷ୍ଠାନ "ଆମ ପରିବାର ଚାରିଟେବୁଲ ଟ୍ରଷ୍ଟ" ପକ୍ଷରୁ କିଛି ଅର୍ଥରାସୀ ସହିତ କଲମ ଉପହାର ସ୍ୱରୂପ ଦେଇ କୃତୀ ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ ! ଶେଷରେ ଶିକ୍ଷକ ଚନ୍ଦ୍ରପ୍ରକାଶ ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ !