Hot Posts

6/recent/ticker-posts

ଅନାଥ ଆଶ୍ରମରେ ବସ୍ତ୍ର ଦାନ କଲେ ସମାଜସେବୀ ଅଜିତ ଯୋଶୀ ।

ସିନାପାଲି, ୧୮/୦୮ ( ପରମେଶ୍ୱର ମେହେର ) : ସିନାପାଲି ବ୍ଲକ ଅନ୍ତର୍ଗତ ଲିଟିଗୁଡ଼ା ସ୍ଥିତ ଅନାଥ ଆଶ୍ରମରେ ସମାଜସେବୀ ଅଜିତ ଯୋଶୀ ଶିଶୁମାନଙ୍କୁ କିଛି ପୋଷାକ ପତ୍ର ପ୍ରଦାନ କରିଥିଲେ। ତତ୍ ସହିତ ବିସ୍କୁଟ , ମିକଚର୍ ଭଳି ଖାଦ୍ୟ ସାମଗ୍ରୀ ମଧ୍ୟ ଦେଇଥିବା ଜଣାପଡ଼ିଛି। ଦୀର୍ଘ ୨୫ ବର୍ଷତଳେ ଏହି ଅନାଥ ଆଶ୍ରମ ସ୍ଥାନୀୟ ଆନନ୍ଦ ତାଣ୍ଡିଙ୍କ ଉଦ୍ୟମରେ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ଆଶ୍ରମରେ ୪୫ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ରହି ସ୍ଥାନୀୟ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ପଡ଼ୋଶୀ କଳାହାଣ୍ଡି, ନବରଙ୍ଗପୁର, ବଲାଙ୍ଗୀର, ସୋନପୁର ଭଳି ଦୂରଦୂରାନ୍ତରୁ ଛାତ୍ରଛାତ୍ରୀ ମାନେ ଆସି ଏଠାରେ ରହୁଛନ୍ତି। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏଠାରେ ସବୁପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ରହିଛି। ପାନୀୟଜଳ, ଭୋଜନ, ଆଲୋକ, ସ୍ବାସ୍ଥ୍ୟସେବା , ରହଣି ତଥା ଘରୋଇ ଶିକ୍ଷାଦାନ ର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀ ମାନେ ଏଠାରେ ରହି ଆଶ୍ରମର ଧରାବନ୍ଧା ସମୟ ନିର୍ଘଣ୍ଟ ରେ ଆନନ୍ଦରେ ଶିକ୍ଷାଲାଭ କରୁଥିବା ପ୍ରକାଶ କରିଛନ୍ତି । ଏଠାରେ ଛାତ୍ରଛାତ୍ରୀ ମାନଙ୍କୁ ଶାରୀରିକ ଏବଂ ଗୀତ, ନାଚ ଭଳି ସାଂସ୍କୃତିକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିବା ଜଣାପଡିଛି। ପ୍ରତିବର୍ଷ ଶିକ୍ଷାଲାଭ ପରେ ଅନେକ ଛାତ୍ରଛାତ୍ରୀ ଉପକୃତ ହୋଇ ଯାଉଛନ୍ତି। ଦୂରଦୂରାନ୍ତରୁ ଅନେକ ବଦାନ୍ୟ ବ୍ୟକ୍ତିମାନେ ଏଠାକୁ ଆସି ଛାତ୍ରଛାତ୍ରୀ ମାନଙ୍କ ସହ ମିଶି ଜନ୍ମଦିନ, ବିବାହ ବାର୍ଷିକୀ, ପୁନ୍ୟତିଥି ପ୍ରଭୃତି ପାଳନ କରିବା ସହ ପୋଷାକ ପତ୍ର, ଖାଦ୍ୟ ସାମଗ୍ରୀ, ଶିକ୍ଷଣ ସାମଗ୍ରୀ ତଥା ଅନ୍ୟାନ୍ୟ ସହଯୋଗ ପ୍ରଦାନ କରିଥାନ୍ତି। ଅନାଥ ଶିଶୁ ମାନଙ୍କ ମୁହଁରେ ହସ ଫୁଟାଇ ତାଙ୍କ ଭବିଷ୍ୟତ ନିର୍ମାଣ କରିବା ରେ ଏହି ଅନାଥାଶ୍ରମ ଅଞ୍ଚଳରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଆଶ୍ରମ ର ଉତ୍ତରୋତ୍ତର ଉନ୍ନତି ପାଇଁ ଆଶ୍ରମ ପରିଚାଳକ ଆନନ୍ଦ ତାଣ୍ଡି ସମସ୍ତଙ୍କ ସାହାଯ୍ୟ, ସହଯୋଗ କାମନା କରିଛନ୍ତି।