Hot Posts

6/recent/ticker-posts

କଟକ CDMO କାର୍ଯ୍ୟାଳୟରେ ବର୍ଷ ବର୍ଷ ଧରି କର୍ମଚାରୀ, ବଦଳି ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କଟକ, ୨୦/୦୮ ( କାହୁଁ ଚରଣ ବାରିକ ) : କଟକ ସିଡିଏମଓ ଙ୍କ କାର୍ଯ୍ୟାଳୟରେ ବଦଳି ନିୟମକୁ କଡାକଡି ଭାବରେ ପାଳନ କରାଯାଉନାହିଁ । ବର୍ଷ ବର୍ଷ ଧରି ଏକାଧିକ କର୍ମଚାରୀ ଗାଦି ମାଡି ବସିଛନ୍ତି । କିଏ ୧୦ ଵର୍ଷ ତ ପୁଣି କିଏ ୧୨ ବର୍ଷ, ଆଉ ପୁଣି କିଏ ତା ଠାରୁ ମଧ୍ୟ ଅଧିକ ଦିନ ହେଵ ସିଡିଏମଓ କାର୍ଯ୍ୟାଳୟ ରେ ରହିଛନ୍ତି। ୩ ବର୍ଷରେ ଥରେ ଵଦଳି ହେବାର ନିୟମ ରହିଥିଲେ ମଧ୍ୟ ପ୍ରଭାବଶାଳୀ ବ୍ୟକ୍ତି ଉଚ୍ଚ ସରକାରୀ ଅଧିକାରୀଙ୍କୁ ହାତ କରି ବର୍ଷ ବର୍ଷ ଧରି ଏହି କର୍ମଚାରୀ ରହିଛନ୍ତି। ଯାହାକୁ ନେଇ ଓଡିଶା ଜନ ଅଧିକାର ପରିଷଦ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ବଦଳି ନିୟମକୁ କଡାକଡି କାର୍ଯ୍ୟକାରୀ କରିବା ସହ ଯେଉଁମାନେ ଦିର୍ଘବର୍ଷ ହେବ ରହିଛନ୍ତି ତାଙ୍କର ବଦଳି ପାଇଁ ଆଜି ବିଧିବଦ୍ଧ ଭାବରେ ପରିଷଦ କଟକ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଦାବିପତ୍ର ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।