Hot Posts

6/recent/ticker-posts

ଲଗାଣ ବର୍ଷାରେ ବଞ୍ଜାରୀ ସରବାହାଲ ଭାଙ୍ଗିଥିବା ବ୍ରିଜ ପରିଦର୍ଶନ କଲେ ମାନ୍ୟବର ବିଧାୟକ ଓ ଅସ୍ଥାୟୀ ବ୍ରିଜ ନିର୍ମାଣ ପାଇଁ ନିର୍ଦ୍ଦେଶ

ଲଇକେରା, ୧୯/୦୮ ( ନବଦୂତ ) : ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡା ପୈାରପାଳିକା ଅନ୍ତର୍ଗତ ୧୫ ନମ୍ୱର ୱାର୍ଡର ସରବାହାଲ ସଂଯୋଗକାରୀ ରାସ୍ତାରେ ଥିବା ପୋଲଟି କ୍ଷତିଗ୍ରସ୍ତ ହୋଇ କିଛି ଅଂଶ ଭାଙ୍ଗିଯାଇଛି । ସେହିପରି ଗତ ଦୁଇଦିନ ହେବ ସ୍ଥାନୀୟ ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ହୋଇଯାଇଥିବାବେଳେ ସ୍ଥିତିର ଅନୁଧ୍ୟାନ କରିବା ପାଇଁ ବୁଧବାର ଝାରସୁଗୁଡା ମାନ୍ଯବର ବିଧାୟକ ଟଙ୍କଧର ତ୍ରିପାଠୀ, ପ୍ରଶାସନିକ ଓ ବିଭାଗୀୟ ଅଧିକାରୀଙ୍କ ସହ ଘଟଣାସ୍ଥଳ ପରୀଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ଜିଲ୍ଲା ପରିଷଦର ସିଡିଓ ତଥା ପିଡି ଡିଆରଡିଏ ବିଶ୍ୱରଞ୍ଜନ ନାୟକ, ପୈାରପାଳିକା ନିର୍ବାହୀ ଅଧିକାରୀ ନିଶିକାନ୍ତ ଟେଟେ, ବିଜେପି ନେତା ବିମଳେନ୍ଦୁ ଭୋଲ, ପୈାରପାଳିକା ଓ ବେଦାନ୍ତର ଯନ୍ତ୍ରୀଙ୍କ ସମେତ ଅନେକ କର୍ମଚାରୀ ଉପସ୍ଥିତ ଥିଲେ ।ସାଧାରଣ ଜନତାଙ୍କ ଯାତାୟାତରେ ଯେପରି କୈାଣସି ଅସୁବିଧା ନହୁଏ ସେଥିପାଇଁ ଆସନ୍ତାକାଲି ଗୁରୁବାର ୨୦/ଅଗଷ୍ଟ/୨୦୨୬ ମସିହା ସନ୍ଧ୍ୟା ସୁଦ୍ଧା ଅସ୍ଥାୟୀ ଭାବେ ପୋଲ ନିର୍ମାଣ ଶେଷ କରି ଯାତାୟାତ ସ୍ୱାଭାବିକ କରାଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । ଏହାସହ ବର୍ଷାଋତୁ ଶେଷ ହେବା ପରେ ଏହି ରାସ୍ତା ଓ ପୋଲର ସ୍ଥାୟୀ ନୂତନ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ମାନ୍ୟବର ବିଧାୟକ ଟଙ୍କଧର ତ୍ରିପାଠୀ ସ୍ଥାନୀୟ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି ।