ସାମୂହିକ ନୂଆଁଖାଇ ଭେଟଘାଟ–୨୦୨୬ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।
ସିନାପାଲି, ୦୬/୦୮ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ କାପସି ଗ୍ରାମରେ ଆଗାମୀ ପବିତ୍ର ନୂଆଁଖାଇ ପର୍ବ (୧୫ ସେପ୍ଟେମ୍ବର ୨୦୨୬) ଅବସରରେ ଆୟୋଜିତ ହେବାକୁ ଥିବା "ସାମୂହିକ ନୂଆଁଖାଇ ଭେଟଘାଟ–୨୦୨୬" କାର୍ଯ୍ୟକ୍ରମ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ସ୍ଥାନୀୟ ବରଗଛ ଛକଠାରେ ଅନୁଷ୍ଠିତ ହୋଇଛି। ସାମୂହିକ ନୂଆଁଖାଇ ଭେଟଘାଟ ପରିବାରର ସଭାପତି ଶ୍ରୀ ନିକୁଞ୍ଜ ବିହାରୀ ସାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା କାର୍ଯ୍ୟକ୍ରମର ସଫଳ ଆୟୋଜନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଗତବର୍ଷର କାର୍ଯ୍ୟକ୍ରମର ସଫଳତା ଓ ଅଭିଜ୍ଞତାର ସମୀକ୍ଷା କରାଯିବା ସହିତ ଚଳିତ ବର୍ଷର ଭେଟଘାଟକୁ ଅଧିକ ସୁସଂଗଠିତ, ଆକର୍ଷଣୀୟ ଓ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ପାଇଁ ବିସ୍ତୃତ ରୂପରେଖ ମଧ୍ୟ ସ୍ଥିର କରାଯାଇଥିଲା। ଏହି ଅବସରରେ ସାମୂହିକ ନୂଆଁଖାଇ ଭେଟଘାଟ ପରିବାର କମିଟି ରେ ଶ୍ରୀ ନିକୁଞ୍ଜ ବିହାରୀ ସା ସଭାପତି, ଶ୍ରୀ କୈଳାସ ଜଗତ ଉପସଭାପତି, ଶ୍ରୀ ସାମନ୍ତ ଦାସ ସମ୍ପାଦକ, ଶ୍ରୀ ଡାଇମଣ୍ଡ ନିଆଲ ସହ-ସମ୍ପାଦକ ଏବଂ ଶ୍ରୀ ବିହାରୀଲାଲ ମଶ୍ରା କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ। ଏହି ବୈଠକରେ ବାମଦେବ ଦାସ, ଶିବରାମ କାଣ୍ଡ, ଚିତ୍ରୁ ସା, ଚକ୍ରଧର ସା, କହ୍ନାଇ ଦାସ, ଶମ୍ଭୁ ସା, ପ୍ରକାଶ ପାତ୍ର, ସୁବାଷ ସା, ଦୁଷ୍ମନ୍ତ କାଣ୍ଡ, ଦୀନବନ୍ଧୁ ଲୋହାର, ଦୁଆରୁ ଜଗତ, ଲୋଚନ ଲୋହାର, ସତ୍ୟବାନ ଦାସ, ଜଳନ୍ଧର ସା, ନେତ୍ରାନନ୍ଦ ଜଗତ ଙ୍କ ସମେତ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଯୁବ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ନିଜ ନିଜ ମତାମତ ରଖିଥିଲେ।