Hot Posts

6/recent/ticker-posts

ରଘୁନାଥ ଯୁବକ ସଂଘ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ଉଲୁଣ୍ଡା, ୧୫/୦୮ ( ଜଗଦିଶ ମେହେର ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇର ଶ୍ରୀ ରଘୁନାଥ ଯୁବକ ସଂଘ ପକ୍ଷରୁ ଆଜି ୮୦ତମ ସ୍ଵାଧୀନତା ଦିବସ ପାଳନ କରାଯାଇଥିଲା। ତା ପରେ ପାତାଳୀ ଶ୍ରୀକ୍ଷେତ୍ର ଠାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରଘୁନାଥ ଯୁବକ ସଂଘ ର ସମସ୍ତ କର୍ମକର୍ତ୍ତା ପାତାଳୀ ଶ୍ରୀକ୍ଷେତ୍ରକୁ ଯାଇ ସଫେଇ କରିଥିଲେ। ମନ୍ଦିର ପରିସର, ମନ୍ଦିର ଚର୍ତୁପାର୍ଶ୍ଵ, ରାସ୍ତାଘାଟ ଆଦି ସ୍ଥାନରେ ସଫାସୁତୁରା କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବେଦମତୀ ମେଣ୍ଡିଲି ସାମିଲ ହୋଇଥିଲେ। ରଘୁନାଥ ଯୁବକ ସଂଘ ସଭାପତି ସଞ୍ଜୟ ମେଣ୍ଡିଲି, ବୀରମିତ୍ର ପଧାନ, ମହେଶ ଦେହେରୀ, ସୁଧାଂଶୁ ଶେଖର ସେଠୀ, ସୁରେଶ ଅମାତ, ରାଧେଶ୍ୟାମ ପାଢୀ, ଚକ୍ରପାଣି ମେଣ୍ଡିଲି, ଗୋପାଳ ଖେତୀ, ରାଘବ ପଧାନ, ଆଦିତ୍ୟ ସାହୁ ଆଦି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସମସ୍ତେ ଡଷ୍ଟବିନ ବ୍ୟବହାର କରନ୍ତୁ ଓ ଏଣେତେଣେ ଆବର୍ଜନା ପକାନ୍ତୁ ନାହିଁ ବୋଲି କହିଥିଲେ।