ଆମ୍ବୁଲାନ୍ସ ଧକ୍କାରେ ଚାଷୀଙ୍କ ମୃତ୍ୟୁ, ପରିବାରକୁ ଆର୍ଥିକ ସହାୟତା ଦାବି
ସିନାପାଲି, ୨୦/୦୮ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ସଡ଼କରେ ଗତ ୯ ଅଗଷ୍ଟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ନିରୀହ ଚାଷୀଙ୍କ ଅକାଳ ମୃତ୍ୟୁ ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସ ପଛପଟୁ ଜୋରଦାର ଧକ୍କା ଦେବାରୁ ଗୋଡାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗରଗାଁରୁ ଚାଷୀ ଭରତ ପାତ୍ରଙ୍କ ଘଟଣାସ୍ଥଳରେ ପ୍ରାଣହାନି ଘଟିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣା କେବଳ ଜଣେ ଚାଷୀଙ୍କ ଜୀବନ ଛଡ଼ାଇ ନେଇନାହିଁ, ତାଙ୍କ ସହିତ ଥୁବା ବଳଦଟି ମଧ୍ୟ ଗୁରୁତର ଭାବେ ଆହତ ହୋଇଛି। ଚାଷୀ ପରିବାରର ଜୀବିକାର ଏକ ମୁଖ୍ୟ ଆଧାର ଥୂବା ବଳଦଟି ଆହତ ହେବା ଫଳରେ ପରିବାର ଉପରେ ଆଉ ଏକ ଆକ ଭାର ପଡ଼ିଛି। ଭରତ ପାତ୍ରଙ୍କ ଅକାଳ ବିୟୋଗରେ ଡଙ୍ଗରଗାଁ ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣା ପରେ ଶୋକସନୃପ୍ତ ପରିବାରର ଦୁଃଖ ଓ ଆର୍ଥିକ ପରିସ୍ଥିତି ସମ୍ପର୍କରେ ଅବଗତ ହେବା ପାଇଁ ଜିଲ୍ଲା କୃଷକ ଶକ୍ତି ସଙ୍ଗଠନର ଏକ ପ୍ରତିନିଧୂ ଦଳ ଆବାହକ ସଞ୍ଜୟ ତିୱାରୀଙ୍କ ନେତୃତ୍ବରେ ଡଙ୍ଗରଗାଁରେ ପହଞ୍ଚିଥିଲେ। ସେଠାରେ ସଙ୍ଗଠନର କର୍ମକର୍ତ୍ତାମାନେ ମୃତ ଚାଷୀ ଭରତ ପାତ୍ରଙ୍କ ପରିବାରବର୍ଗଙ୍କୁ ଭେଟି ଗଭୀର ସମବେଦନା ଜଣାଇବା ସହ ସେମାନଙ୍କ ଦୁଃଖ ଓ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ପରିବାରର ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖ୍ କୃଷକ ଶକ୍ତି ସଙ୍ଗଠନ ପକ୍ଷରୁ ତୁରନ୍ତି ପଦକ୍ଷେପ ନିଆଯାଇଥିଲା। ମୃତ ଚାଷୀଙ୍କ ପରିବାର ସଦସ୍ୟଙ୍କୁ ସାଙ୍ଗରେ ନେଇ ସଙ୍ଗଠନର କର୍ମକର୍ତ୍ତାମାନେ ସିନାପାଲି ବ୍ଲକ କାର୍ଯ୍ୟାଳୟରେ ପହଞ୍ଛି ବିଡିଓ କର୍ମୀ ଓରାମଙ୍କୁ ସାକ୍ଷାତ କରିଥିଲେ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରି ମୃତ ଚାଷୀଙ୍କ ପରିବାରକୁ ତୁରନୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଦାବି କରାଯାଇଥିଲା। ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି ଯେ, ମୃତ ଚାଷୀ ଭରତ ପାତ୍ରଙ୍କ ଗରିବ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (CMRF)ରୁ ତୁରନୁ ଉପଯୁକ୍ତ ଆର୍ଥକ ସହାୟତା ଯୋଗାଇ ଦିଆଯାଉ ଏଥିସହ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବଳଦଟିର ଉଚିତ ଚିକିତ୍ସା ବ୍ୟବସ୍ଥା କରାଯିବା ସହ ଏହାର କ୍ଷତି ପାଇଁ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ବୋଲି ଦାବି ହୋଇଛି। ଏହି ପ୍ରତିନିଧୂ ଦଳରେ ଆବାହକ ସଞ୍ଜୟ ତିୱାରୀଙ୍କ ସମେତ ଅଜିତ ପଣ୍ଡା, ନରେନ୍ଦ୍ର ମାଝୀ, ପ୍ରତାପ ଗୁଆଲ ଓ ପରାମନ୍ଦନ ଭୋଇ ପ୍ରମୁଖ ସାମିଲ ରହିଥିଲେ। ଜଣେ ଚାଷୀଙ୍କ ଅକାଳ ମୃତ୍ୟୁରେ ପରିବାରର ଆକ ମେରୁଦଣ୍ଡ ଭାଙ୍ଗିପଡ଼ିଥିବା ବେଳେ ସରକାର ଓ ପ୍ରଶାସନ ମାନବିକତାର ସହ ଏହି ଘଟଣାକୁ ବିଚାର କରି ତୁରନ୍ଧ ଆବଶ୍ୟକ ସହାୟତା ଯୋଗାଇଦେବେ ବୋଲି କୃଷକ ଶକ୍ତି ସଙ୍ଗଠନ ଆଶା ପ୍ରକାଶ କରିଛି।