Hot Posts

6/recent/ticker-posts

୧୦୦ ଥର ରକ୍ତଦାନ କରି ଇତିହାସ ରଚିଲେ ଶିକ୍ଷକ କିଶୋର ପରିଡ଼ା

ନୂଆପଡ଼ା, ୨୦/୦୮ ( ପରମେଶ୍ୱର ମେହେର ) : ସ୍ବାଧୀନତା  ଅବସରରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରେ ଆୟୋଜିତ ରକ୍ତଦାନ ଶିବିରରେ ଜଣେ ଶିକ୍ଷକ ଇତିହାସ ସୃଷ୍ଟି କରିଛନ୍ତି। ନୂଆପଡ଼ା ସଦର ବ୍ଲକ୍ ଜୁନାନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ କିଶୋର କୁମାର ପରିଡ଼ା ଶନିବାର ଦିନ ତାଙ୍କର ୧୦୦ ତମ ଥର ରକ୍ତଦାନ କରି ଜୀବନ ବଞ୍ଚାଇବା କ୍ଷେତ୍ରରେ ଅନନ୍ୟ ନଜିର ସ୍ଥାପନ କରିଛନ୍ତି। ମାଗୁରପାଣି ଗ୍ରାମର ବାସିନ୍ଦା ଶ୍ରୀ ପରିଡ଼ାଙ୍କ ବୟସ ୫୨ ବର୍ଷା ସେ ୧୯୯୩ ମସିହାରୁ; ନିୟମିତ ଭାବେ ରକ୍ତଦାନ କରି ଆସୁଛନ୍ତି। ସ୍ଵାଧୀନତା ଦିବସ ଶିବିରରେ ସେ ୧୦୦ ଥର ରକ୍ତଦାନ ନ କରିଥିଲେ। ସେ କହିଛନ୍ତି, ଯେତେ ଦିନ ଶରୀର ସାଥ ଦେବ ସେତେ ଦିନ ମୁଁ ରକ୍ତ ଦେଇ ଚାଲିବି। ରକ୍ତଦାନ ହିଁ ସବୁଠୁ ବଡ଼ ଦାନ। ଶ୍ରୀ ପରିଡ଼ାଙ୍କର ଏହି ସେବାଭାବକୁ ପ୍ରଶଂସା କରିବା ପାଇଁ ରକ୍ତଦାନ ସମୟରେ ଜିଲ୍ଲାପାଳ, ଏସପି, ଉପ ଜିଲ୍ଲାପାଳ ଏବଂ ଖଡି଼ ଆଳ ଡିଏଫଓଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧ୍କାରୀମାନେ ଉପସ୍ଥିତ ଥିଲେ। ଶିକ୍ଷକତା ସହିତ ସମାଜସେବ ସବାରେ ମଧ୍ଯ ନିଜକୁ ନିୟୋଜିତ ରଖୁଥ‌ିବା ଶ୍ରୀ ପରିଡ଼ାଙ୍କ ଏହି କୀର୍ତିମା ସାରା ଜିଲ୍ଲାରେ ଚର୍ଚ୍ଚା ଚର୍ଚ୍ଚାର ବିଷୟ ପାଲଟିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ଯ ତାଙ୍କ ସେବାକୁ ଉଚ୍ଚପ୍ରଶଂସା କରାଯାଇଛି।