Hot Posts

6/recent/ticker-posts

ବନ୍ୟା ବେଳେ ବୟାନବାଜି ନୁହେଁ, ୨୪ ବର୍ଷର ହିସାବ ଦିଅନ୍ତୁ ପ୍ରମିଳା ମଲ୍ଲିକ – ବିଜେପି ନେତା ସଂଗ୍ରାମ କେଶରୀ ପାତ୍ରଙ୍କ ତୀବ୍ର ପ୍ରତିକ୍ରିୟା!

ଯାଜପୁର, ୦୨/୦୮ ( ନିରୋଜ କୁମାର ସେଠୀ ) : ବନ୍ୟା ପରିସ୍ଥିତିକୁ ନେଇ ରାଜନୈତିକ ବୟାନବାଜି ମଧ୍ୟରେ ବିଜେପି ନେତା ସଂଗ୍ରାମ କେଶରୀ ପାତ୍ର ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ମନ୍ତବ୍ୟର କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଏକ ବିବୃତ୍ତିରେ ସେ କହିଛନ୍ତି ଯେ, ବନ୍ୟା ଭଳି ସମ୍ବେଦନଶୀଳ ସମୟରେ ଦୋଷାରୋପର ରାଜନୀତି କରିବା ପରିବର୍ତ୍ତେ ଜନସେବାକୁ ପ୍ରାଥମିକତା ଦେବା ଉଚିତ। ସଂଗ୍ରାମ କେଶରୀ ପାତ୍ରଙ୍କ ମତରେ, ପ୍ରମିଳା ମଲ୍ଲିକ ବର୍ତ୍ତମାନ ସରକାର ଓ ଜନପ୍ରତିନିଧିଙ୍କୁ ପ୍ରଶ୍ନ କରିବା ପୂର୍ବରୁ ନିଜ ଦୀର୍ଘ ରାଜନୈତିକ କାର୍ଯ୍ୟକାଳରେ ବନ୍ୟାର ସ୍ଥାୟୀ ସମାଧାନ ପାଇଁ କ'ଣ ପଦକ୍ଷେପ ନିଆଯାଇଥିଲା, ତାହାର ଜବାବ ଜନସାଧାରଣଙ୍କୁ ଦେବା ଆବଶ୍ୟକ। ସେ କହିଛନ୍ତି ଯେ,୨୪ ବର୍ଷର ହିସାବ ନଦେଇ ୨ ବର୍ଷର ସରକାରକୁ ପ୍ରଶ୍ନ କରିବା ଉଚିତ ନୁହେଁ।ସେ ଆହୁରି କହିଛନ୍ତି ଯେ, ବନ୍ୟା ସମୟରେ ମୁଖ୍ୟମନ୍ତ୍ରୀ ଓ ଯାଜପୁର ସାଂସଦ ନିଜ ନିଜ ସ୍ତରରେ ପ୍ରଶାସନ ସହ ସମନ୍ୱୟ ରଖି ପରିସ୍ଥିତିର ମୁକାବିଲା ପାଇଁ କାର୍ଯ୍ୟ କରୁଥିଲେ ବୋଲି ସେ ଦାବି କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ବିପର୍ଯ୍ୟୟ ସମୟରେ କେବଳ ଗୋଟିଏ ସ୍ଥାନରେ ଉପସ୍ଥିତ ରହିବା ନୁହେଁ, ବରଂ ପ୍ରଶାସନିକ ସମନ୍ୱୟ ମାଧ୍ୟମରେ ସହାୟତା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ମଧ୍ୟ ଜନପ୍ରତିନିଧିଙ୍କ ଦାୟିତ୍ୱ।ସଂଗ୍ରାମ କେଶରୀ ପାତ୍ର ଯାଜପୁରର ଯୁବପିଢ଼ି, ସ୍ୱେଚ୍ଛାସେବୀ ସଂଗଠନ, ସାମାଜିକ କର୍ମୀ ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରେ ଦିନରାତି ସେବା କରୁଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ପ୍ରକୃତ ସେବା ହିଁ ଲୋକଙ୍କ ମନ ଜିତେ, ବୟାନବାଜି ନୁହେଁ। ଶେଷରେ ସେ ଆହ୍ୱାନ ଦେଇଛନ୍ତି ଯେ, ବନ୍ୟା ପରି ବିପଦ ସମୟରେ ରାଜନୈତିକ ମତଭେଦକୁ ପଛରେ ରଖି ସମସ୍ତ ଦଳ ଓ ସମସ୍ତ ଜନପ୍ରତିନିଧି ଏକାଠି ହୋଇ ପୀଡ଼ିତ ଲୋକଙ୍କ ସହାୟତାରେ ଆଗେଇ ଆସିବା ଉଚିତ।