Hot Posts

6/recent/ticker-posts

ରାୟଗଡାରେ ଆଦାନୀ ଗୃପ ମୁଖ୍ୟ, ଥେରୁବାଲି ସ୍ଥିତ ଇମ୍ଫା କାରଖାନାରେ ବୈଠକ

ରାୟଗଡା, ୦୨/୦୮ ( ଭି. ଗୌରି ଶଙ୍କର ରାଓ ) : ରାୟଗଡା ଜିଲ୍ଲା କୋଲନରା ବ୍ଲକ ଥେରୁବାଲି ସ୍ଥିତ ଇମ୍ଫା କାରଖାନାକୁ ବିଶ୍ୱର ପ୍ରମୁଖ ଶିଳ୍ପ ସଂସ୍ଥା ଆଦାନୀ ଗୃପର କର୍ମକର୍ତା ଆଜି ହେଲିକପ୍ଟର ଯୋଗେ ଆସିଥିଲେ I ଇମ୍ଫା କାରଖାନା ପରିସରରେ ପ୍ରାୟ ୧ ଘଣ୍ଟା ଧରି ବୈଠକ ହୋଇଥିଲା I ଏହି ବୈଠକରେ ଆଦାନୀ କମ୍ପାନୀର ମୁଖ୍ୟ ଗୌତମ ଆଦାନୀ ଓ ତାଙ୍କ ପୁଅ କରନ ଆଦାନୀ ଓ ସରକାରୀ ଅଧିକାରୀ ଯୋଗଦେଇଥିଲେ I ବିଶ୍ୱର ପ୍ରମୁଖ ଶିଳ୍ପ ସଂସ୍ଥା ଆଦାନୀ ଗୃପର ମୁଖ୍ୟ ରାୟଗଡା ଜିଲ୍ଲାକୁ ଆସିବା ଏବେ ଚର୍ଚ୍ଚାର ଖୋରାକ ଯୋଗାଇବା ସହ ନାନା ପ୍ରକାର କଳ୍ପନାଜଳ୍ପନା ପ୍ରକାଶ ପାଇଛି I ଏଠାରେ ଉଲ୍ଲେଖଯୋଗ୍ୟଯେ ଆଦାନୀ ଗ୍ରୁପକୁ କାଶୀପୁର ବ୍ଲକ ରେ ବକ୍ସାଇଟ ଖଣି ମିଳିଛି I କମ୍ପାନୀ ପକ୍ଷରୁ ରାୟଗଡା ଠାରେ କଳିଙ୍ଗ ଆଲୁମିନିଅମ ଲିମିଟେଡ଼ ନାମରେ ଅଫିସ ମଧ୍ୟ ଖୋଲା ଯାଇଛି I ରାୟଗଡା ଠାରେ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରଥମେ କୋଲନରା ବ୍ଲକରେ ପାଖାପାଖି ୧୭୦୦ ଏକର ଜମି ଦେଖାଯାଇଥିଲା I କିନ୍ତୁ ସେଠାରେ ସରକାରୀ ଜମିଠୁ ବେସରକାରୀ ଜମିରେ ପରିମାଣ ଅଧିକା ଥିବାରୁ ବିସ୍ଥାପନ ପକ୍ରିୟାରେ ଅସୁବିଧା ହେବା ଆଶଙ୍କା ପ୍ରକାଶ କରି ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇ ପାରି ନଥିଲା I କେନ୍ଦ୍ରାପଡା ସାଂସଦ ତଥା ଇମ୍ଫା ର ମାଲିକ ବୈଜନ୍ତ ପଣ୍ଡାଙ୍କ କାରଖାନାରେ ଆଜିର ବୈଠକ କୁ ନେଇ ସାଧାରଣରେ ନାନା ଆଲୋଚନା ଆରମ୍ଭ ହୋଇଛି I ଅଗାମି ଦିନରେ ଇମ୍ଫା କାରଖାନାକୁ ଆଦାନୀ ଗୃପ ଟେକ ଓଭର କରିନେବକି ବୋଲି ଆଲୋଚନା ଯୋର ଧରିଛି I ଆଜିର ବୈଠକ ସମୟରେ ଗଣମାଧ୍ୟମକୁ ଛଡା ଯାଇନଥିଲା ବେଳେ ଗସ୍ତ କୁ ଲକ୍ଷ କରି କଡା ସୁରକ୍ଷା ବନ୍ଦବସ୍ତ କରାଯାଇଥିଲା I ଏହି ବୈଠକ ସମୟରେ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଏସ ପି ରାଜ ପ୍ରସାଦ ପ୍ରମୁଖ ଉପସ୍ଥିତ ରହିଥିଲେ I ଆଦାନୀ ଗୃପ ମାଲିକ ମାନେ ହେଲିକପ୍ଟର ରେ କାଶିପୁର ବ୍ଲକ ତଥା ଜିଲ୍ଳାର ଏରିଅଲ ଭିଉ ନେଇଥିବା ଜଣାପଡିଛି I