Hot Posts

6/recent/ticker-posts

ଲଛମନ ଖୁଣ୍ଟା ସ୍କୁଲରେ ଚାଉଳ ଚୋରି ଅଭିଯୋଗ, ଉଠିଲା ବଡ଼ ପ୍ରଶ୍ନ!

ବାଲେଶ୍ଵର, ୧୮/୦୮ ( ପ୍ରଭାକର ମଲ୍ଲିକ ) : ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଲଛମନ ଖୁଣ୍ଟା ସ୍କୁଲରେ ପିଲାମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଆସିଥିବା ଚାଉଳକୁ ନେଇ ବାରମ୍ବାର ଅଭିଯୋଗ ହେଉଛି। ଅଭିଯୋଗ ଅନୁସାରେ, ସ୍କୁଲର ଚାବି ଶିକ୍ଷକ ସୁନ୍ଦର ମୋହନ ସିଂ ଓ ପାର୍ବତୀ ମହାନ୍ତି ପାଖରେ ରହୁଥିବା ବେଳେ ସ୍କୁଲରେ ଥିବା ଚାଉଳ କିପରି ଚୋରି ହେଲା ବୋଲି ପ୍ରଶ୍ନ ଉଠିଛି। ଚାବି ଯଦି ଶିକ୍ଷକଙ୍କ ପାଖରେ ଥିଲା, 
ତେବେ ଚାଉଳ ନେଲା କିଏ?
❓ କେତେ ପରିମାଣର ଚାଉଳ ଗାଏବ ହୋଇଛି ? 
❓ ଏହା ପଛରେ କାହାର ହାତ ରହିଛି?
❓ ଘଟଣାର ତଦନ୍ତ କରି ପ୍ରକୃତ ସତ୍ୟ ସାମ୍ନାକୁ ଆସିବ କି?
ତେବେ ଏହା ଅଭିଯୋଗ ମାତ୍ର, ଅଭିଯୋଗର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ବିଭାଗୀୟ କର୍ତ୍ତୃପକ୍ଷ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବି ହେଉଛିl 
ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l