ସିନାପାଲି ଜଗନ୍ନାଥ ଛକ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ
ସିନାପାଲି, ୨୦/୦୮ ( ପରମେଶ୍ୱର ମେହେର ) : ଆଗାମୀ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ସିନାପାଲି ଜଗନ୍ନାଥ ଛକ ଦୁର୍ଗାପୂଜା କମିଟିର ଏକ ପ୍ରସ୍ତୁତି ବୈଠକ ଈଶ୍ୱର ପ୍ରସାଦ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି ା ଚଳିତବର୍ଷ ଏହି କମିଟି ୪୯ତମ ପାର୍ବଣ ଉତ୍ସବ ପାଳନ କରିବାକୁ ଯାଉଥିବା ବେଳେ ଏଥର ସଭାପତି ଭାବରେ ଈଶ୍ୱର ପ୍ରସାଦ ମେହେର, ଉପସଭାପତି ମୁରଲୀଧର ମେହେର ଓ ପ୍ରଦୀପ ମେହେର, ସଂପାଦକ ଜିତେଂଦ୍ର କୁମାର ମେହେର, ସହସଂପାଦକ ଭୀଷ୍ମରାଜ ମେହେର ଏବଂ କୋଷାଧ୍ଯକ୍ଷ ଭାବରେ ରାମକୃଷ୍ଣ ମେହେର ଓ ପାଣ୍ଠି ସଂଗ୍ରାହକ ଭାବରେ ନୂତନ ମେହେରଙ୍କୁ ଚୟନ କରାଯାଇଛି ା ପୂଜାକୁ ଭବ୍ଯ ଓ ଶୃଙ୍ଖଳିତ କରିବା ପାଇଁ ଏହି ସଭାରେ ବିଶଦ ଆଲୋଚନା କରାଯାଇଥିଲା ା ପ୍ରସ୍ତୁତି ସଭାରେ ଅନ୍ୟମାନଙ୍କ ମଧ୍ୟରେ ତୁଳସୀରାମ ମେହେର, ତପେଶ୍ବର ମେହେର, ନବୀନଚଂଦ୍ର ମେହେର, ଉଗ୍ରେସନ ମେହେର, ନିଲାଂଚଳ ମେହେର, ସାନଟା ମେହେର, ମହେନ୍ଦ୍ର ମେହେର, ଚୈତନ୍ୟ ମେହେର, ଖିରୋଦ ମେହେର, ଲମ୍ବୋଦର ମେହେର, ପ୍ରଭାତ କୁମାର ମେହେର, ବେଣୁଧର ମେହେର, ଚନ୍ଦନ ମେହେର, ରାକେଶ ମେହେର, ଫଣିନ୍ଦ୍ର ମେହେର, ହେମନ୍ତ ମେହେର, ଓମ ମେହେର, ସୋହନ ମେହେର ପ୍ରମୁଖ ଉପସ୍ଥିତ ଥିଲେ ା