Hot Posts

6/recent/ticker-posts

ପୂଜା କମିଟି ବିବାଦ ନେଇ ଡିଜିଙ୍କ ଦ୍ୱାରସ୍ଥ ଚୌଧୁରୀ ବଜାରବାସୀ, ଦାବିପତ୍ର ପ୍ରଦାନ

କଟକ, ୧୮/୦୮ ( କାହୁଁ ଚରଣ ବାରିକ ) : ଐତିହାସିକ କଟକ ସହରର ଚର୍ଚ୍ଚିତ ଚୌଧୁରୀ ବଜାର ସାହିରେ ପୂଜା କମିଟିକୁ ନେଇ ଦେଖାଦେଇଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି। ବିବାଦର ସମାଧାନ, ଆର୍ଥିକ କାରବାରର ସ୍ୱଚ୍ଛ ହିସାବ ଏବଂ ଅଞ୍ଚଳବାସୀଙ୍କ ସୁରକ୍ଷା ଦାବିରେ ଚୌଧୁରୀ ବଜାର ବାସିନ୍ଦା ଆଜି ପୋଲିସ ଡିଜିଙ୍କ ଦ୍ୱାରସ୍ଥ ହୋଇଛନ୍ତି।ଆଜି ଦିନ ୧୨ଟା ସମୟରେ ଚୌଧୁରୀ ବଜାରର ବାସିନ୍ଦା ଓ ଯୁବକମାନେ ଡିଜି ଅଫିସରେ ପହଞ୍ଚି ଏକ ଦାବିପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି। ପୂଜା କମିଟିକୁ ନେଇ ଚାଲିଥିବା ବିବାଦରେ ପୋଲିସ ପ୍ରଶାସନ ହସ୍ତକ୍ଷେପ କରି ନିରପେକ୍ଷ ଭାବେ ସମାଧାନ କରିବା ସହ ଅଞ୍ଚଳବାସୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସେମାନେ ଦାବି କରିଛନ୍ତି।