Hot Posts

6/recent/ticker-posts

ବରୀ ପଞ୍ଚାୟତର ସମସ୍ୟା ସମାଧାନ ନେଇ ଆଲୋଚନା

ବରୀ, ୧୯/୦୮ ( ରଂଜିତ ମହାନ୍ତି ) : ବରୀ ପଞ୍ଚାୟତବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ସହ ଲୋକଙ୍କୁ ସରକାରୀ ଯୋଜନା ଓ ଆବଶ୍ୟକ ସୁବିଧା ସୁନିଶ୍ଚିତ କରିବା ନେଇ ଆଲୋଚନା ହୋଇଛି। ପଞ୍ଚାୟତର ବିକାଶମୂଳକ କାର୍ଯ୍ୟର ତଦାରଖ କରିବା ସହ ବରୀ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ବରୀର ବିଜେପି ନେତା ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ଜେନା।  ଏହି ଅବସରରେ ପଞ୍ଚାୟତର ଲୋକଙ୍କ ସମସ୍ୟା, ମୌଳିକ ସୁବିଧା ଓ ବିକାଶମୂଳକ କାର୍ଯ୍ୟକୁ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ନେବା ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି।