ଭଣ୍ଡାରୀପୋଖରୀ, ୧୯/୦୮ ( ମାନସ କୁମାର ସାହୁ ) : ସୁଚନା ଅନୁଯାଇ,ଗତକାଲି ରାତ୍ରିରେ ଭଦ୍ରକ ଜିଲା ଭଣ୍ଡାରୀ ପୋଖରୀ ବ୍ଲକ ଅଧିନସ୍ତ ବନ୍ଧାରମଢୀଆଳୀ ବୈତରଣୀ ନଦୀବନ୍ଧଛକ , ନିକଟରେ ଏକ ବିଶାଳ କାୟ ଅଜଗର ସାପ ବନ୍ୟା ପାଣିରେ ଭାସିଆସି ଲାଗିବାର ଦେଖି ବନ୍ଧ ଉପରେ ଜମା ହୋଇଥିବା ବହୁଲୋକ ତୁରନ୍ତ କୌଶଳ କରି ଅଜଗର ସାପ ଟିକୁ ଧରି ପକାଇ ଥିଲେ। ପରେ ଜିଲା ବନ୍ୟ ପ୍ରାଣୀ ବିଭାଗ କୁ ଡକାଇ ସାପଟିକୁ ସୁରକ୍ଷା ର ସହିତ ବନ୍ୟ ବିଭାଗ କୁ ଜିମା ଦେଇଥିଲେ, ବିଶାଳ କାୟ ଅଜଗର ସାପ ଟିର ଲମ୍ବ ୧୦ଫୁଟରୁ ଅଧିକ ହେବ, ସାପଟି ଅଧିକ ବନ୍ୟା ପାଣିରେ ପାହାଡ଼ ଜଙ୍ଗଲରୁ ଭାସିଆସିଥିବାର ସୁଚନାମିଳିଛି।
ନବଦୂତ, ମାନସ କୁମାର ସାହୁ,ଭଦ୍ରକ
