ଅନ୍ନପୂର୍ଣ୍ଣା ଯୋଜନାରେ ୧୦ ପରିବାରକୁ ରାସନ ଓ ଆୟୁଷ୍ମାନ କାର୍ଡ ବଣ୍ଟନ
କଟକ, ୧୯/୦୮ ( କାହୁଁ ଚରଣ ବାରିକ ) : ମୁଖ୍ୟମନ୍ତ୍ରୀଙ୍କ ଅର୍ଣ୍ଣପୂର୍ଣ୍ଣା ଯୋଜନାରେ କଟକ ବାରବାଟୀ ନିର୍ବାଚନ ମଣ୍ଡଳୀର ୱାର୍ଡ ନମ୍ବର ୨୮ ର ବଙ୍ଗାଳି ସାହି ସାରଳା ସଦନ ଠାରେ କର୍ପୋରେଟର ପାର୍ଥୀନୀ ଅଳକା ମହାନ୍ତିଙ୍କ ନେତୃତ୍ୱରେ ୧୦ ଜଣ ପରିବାର ୩୦ଜଣ ଲୋକଙ୍କୁ ଚଳଚିତ୍ର ଅଭିନେତା ମେୟର ପାର୍ଥି ଶ୍ରୀତମ ଦାସଙ୍କ ସହଯୋଗରେ ରାସନ କାର୍ଡ଼ ଓ ଆୟୁଷମାନ କାର୍ଡ଼ ବଣ୍ଟନ କରାଯାଇଥିଲା।ଏଥିରେ ଜିଲ୍ଲା ପୂର୍ବତନ ସମ୍ପାଦକ ମଣ୍ଡଳ ପ୍ରଭାରୀ ସୁବାଷ ମହାନ୍ତି ସାଂସଦ ପ୍ରତିନିଧି ବିଶ୍ୱଜିତ ଦାସ ୱାର୍ଡ ପ୍ରମୁଖ ପୂର୍ଣ୍ଣିମା ସିନ୍ହା, ଶ୍ରୀମାଳିନୀ ଦାସ, ରମେଶ ପ୍ରଧାନ, ବୁଥ ସଭାପତି କୈଳାଶ ପ୍ରସାଦ, ତନୁଜା ସେଠି, ସଞ୍ଜୟ ଜେନା, ବାସୁଦେବ ବେହେରା, ରାଜେଶ ବେହେରା, ଦେବାନନ୍ଦ ବେହେରା, ମନୋଜ ଦାସ, ତପନ ବେହେରା, ସାରଦା ଷଢଙ୍ଗୀ, ରାକେଶ ସାହୁ, ସୁନିତା ପ୍ରସାଦ ପ୍ରମୁଖ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନୂତନ ରାସନ କାର୍ଡ଼ ଓ ଆୟୁସ୍ମାନ କାର୍ଡ଼ ପାଇଥିବା ପରିବାର ମାନନୀୟ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଥିଲେ।