Hot Posts

6/recent/ticker-posts

କେ.ବି.ହିଷ୍ଟ୍ରି କଲେଜରେ ଧୁମ୍ ଧାମ ରେ ପାଳିତ ହେଲା ସ୍ୱାଧୀନତା ଦିବସ ।

ଚକାପାଦ, ୧୬/୦୮ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ପଞ୍ଚବଟି ପସରା ସ୍ଥିତ କେ.ବି.ହିଷ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସ୍ୱାଧୀନତା ଦିବସ ଆନନ୍ଦ ଉଲ୍ଲାସ ସହକାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ଇନଚାର୍ଜ ଶ୍ରୀଯୁକ୍ତ ଜନ୍ମେଜୟ ନାୟକ ଙ୍କ ପ୍ରତ୍ୟକ୍ଷ ନେତୃତ୍ଵ ତଥା ପରିଚାଳନାରେ ଏହି ଭବ୍ୟ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଆଜିର ସ୍ୱାଧୀନତା ଦିବସ ରେ ବାଲିଗୁଡ଼ା କେ.ବି. ହି.ଷ୍ଟ କଲେଜ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଲନ ଦିଗାଲ ମୁଖ୍ୟ ଅତିଥି ଭାବେ ଆସି ପତାକା ଉତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ପ୍ରତିଷ୍ଠାତା ସଦସ୍ୟମାନେ ଓ ନିଶାନିବାରଣ ଓ ବୃଦ୍ଧାଆଶ୍ରମ ର ସମସ୍ତ ଷ୍ଟାଫ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଙ୍କୁ ଉତ୍ସାହିତ କରିଥିଲେ। କେ.ବି. ହିଷ୍ଟ. କଲେଜ ପଞ୍ଚବଟୀ ପସରା ର ଶିକ୍ଷା ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ସୁବ୍ରତ ଦିଗାଲ, ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ହେମାନନ୍ଦ ଦିଗାଲ, ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ସତ୍ୟବାନ ନାୟକ, ଇତିହାସ ବିଭାଗର ଅଧ୍ୟାପିକା ସୁଶ୍ରୀ ସଙ୍ଗୀତା କୁମାରୀ ପ୍ରଧାନ ଏବଂ ଓଡ଼ିଆ ବିଭାଗର ଅଧ୍ୟାପିକା ସୁଶ୍ରୀ ରସନି ନାୟକ, ଫାଉଣ୍ଡର ମେମ୍ବର ଭାବରେ ବିଭୀଷଣ ସାହାଣୀ, ଅରବିନ୍ଦ ନାୟକ, ମନୋରଞ୍ଜନ ମଲ୍ଲିକ, ପୂର୍ଣ୍ଣ ଚନ୍ଦ୍ର ଦିଗାଲ,ସନ୍ତୋଷ ଦଳବେହେରା ଓ ସମସ୍ତ ଛାତ୍ର ଓ ଛାତ୍ରୀ ଙ୍କ ଅଭିଭାବକ ଉପସ୍ଥିତ ରହି ଆଜି ସ୍ୱାଧୀନତା ଦିବସ ଅବସରରେ ଛାତ୍ର ଓ ଛାତ୍ରୀ ଙ୍କୁ ସ୍ୱାଧୀନତା ର ମୂଳ ରହସ୍ୟ ବିଷୟରେ ଅଭିଭାଷଣ ରଖିଥିଲେ।ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗୀତ, ନାଚ, ଏବଂ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀ ମାନଙ୍କୁ ବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଇଥିଲା। ଶେଷରେ ବିଦ୍ୟାଳୟ ର ଶିକ୍ଷା ବିଭାଗ ର ଅଧ୍ୟାପକ ଶ୍ରୀଯୁକ୍ତ ସୁବ୍ରତ ଦିଗାଲ ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ।



କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ