Hot Posts

6/recent/ticker-posts

ପବିତ୍ର ସ୍ଵାଧୀନତା ଦିବସ ପାଳି ସାରା ଭାରତ ବର୍ଷ ଉତ୍ସବ ମୁଖର ହୋଇଛି । ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଦିଲ୍ଲୀ ରୁ ପଲ୍ଲୀ ତ୍ରିରଙ୍ଗା ମୟ

କଳାହାଣ୍ଡି, ୧୬/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ସ୍ଵାଧୀନତା ଦିବସ ଉପଲକ୍ଷେ ଭବାନୀପାଟଣା ର ପ୍ରମୁଖ କ୍ରୀଡା ଅନୁଷ୍ଠାନ ଅଲ ଷ୍ଟାର କ୍ରିକେଟ କ୍ଲବ , ଦେଶର ଏକତା, ଅଖଣ୍ଡତା ତଥା ଜାତୀୟତାବାଦର ଭାବ କୁ ଲୋକଙ୍କ ଭିତରେ ଜାଗ୍ରତ ଉଦ୍ଦେଶ୍ଯ ରେ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଆୟୋଜନ କରିଥିଲେ । 80 ତମ ସ୍ଵାଧୀନତା ଦିବସରେ 80 ମିଟର ର ଜାତୀୟ ପତାକା ଧରି ବିଶାଳ ପଟୁଆର ରେ ଲାଲବାହାଦୁର ଷ୍ଟାଡିୟମ୍ ଠାରୁ ଗାନ୍ଧୀଛକ ପର୍ୟ୍ୟନ୍ତ ପରିକ୍ରମା କରିଥିଲେ। ଅଲ ଷ୍ଟାର କ୍ରିକେଟ କ୍ଲବ ର ଅନୁରୋଧ କ୍ରମେ ସହର ର ବିଭିନ୍ନ ଅନୁଷ୍ଠାନ ର ପାଖାପାଖି 700 ସଦସ୍ୟ ସଦସ୍ୟା ଯୋଗଦେଇଥିଲେ । ଏହି ଚିତ୍ତାକର୍ଷକ ରାଲି କୁ ଅବସରପ୍ରାପ୍ତ ଭାରତୀୟ ସେନା ର ସଦସ୍ୟ ଆଗେଇ ନେଇ ଥିଲେ । ଅବସରପ୍ରାପ୍ତ ଯବାନ ଙ୍କ ଉପସ୍ଥିତି ସମସ୍ତଙ୍କୁ ଗର୍ବିତ ଓ ଉତ୍ସାହିତ କରିଥିଲା । ଜାତୀୟ ସଙ୍ଗୀତ ଗାନ ପରେ ପରିକ୍ରମା ଆରମ୍ଭ କରି ଭାରତ ମାତା କି ଜୟ , ବନ୍ଦେ ମାତରମ୍ ନାରା ରେ ଭବାନୀପାଟଣା ସହର ପ୍ରକମ୍ପିତ ହୋଇଥିଲା। କଳାହାଣ୍ଡି GNM କଲେଜର ସତାଧିକ ଛାତ୍ରୀ ଏବଂ Jp ( Jawan Physical ) ଏକାଡେମି ପ୍ରସିକ୍ଷଣ ନେଉଥିବା ପ୍ରାୟ 300 ଅନ୍ତେବାସୀ ମାନେ ଅତ୍ଯନ୍ତ ଉତ୍ସାହ ସହିତ କୋଟି ଭାରତୀୟ ଙ୍କ ଆନ୍ ବାନ ସାନ ତ୍ରିରଙ୍ଗା ପତାକା କୁ ସମ୍ମାନ ସହ ଧରି ଯାତ୍ରା କରିଥିଲେ । ତ୍ରିରଙ୍ଗା ଯାତ୍ରା ରେ ଦୁଇ ଶିଶୁ ଖେଳାଳି ଜାତୀୟ ପତାକା ଧରି ସ୍କେଟିଂ ଖେଳ ଅନ୍ୟତମ ଆକର୍ଷଣ ଥିଲା ।ଅଲ ଷ୍ଟାର ର ଅନୁରୋଧ କ୍ରମେ କଳାହାଣ୍ଡି ବଣିକ ସଂଘ, ଔଷଧ ଦୋକାନୀ ସଂଘ , କଳାହାଣ୍ଡି ବାର ଅସସୋସିଏସନ,ଫ୍ରେଣ୍ଡସ୍ କ୍ରିକେଟ କ୍ଲବ, ମନ୍ନିଂ ଫୁଟବଲ୍ କ୍ଲବ , ଏ ଦୋସ୍ତି ,କଳାହାଣ୍ଡି ବ୍ଯାଡମିନ୍ଟନ , ଷ୍ଟାଡ଼ିୟମ୍ ଭଲିବଲ , କଳାହାଣ୍ଡି କ୍ୟାରମ association , ବଜରଙ୍ଗ ଦଳ, SRNMS , ମୁସ୍ଲିମ୍ କମିଟି, ଗୁରୁଦ୍ୱାରା ପ୍ରବନ୍ଧନ, ମାରୱାଡି ୟୁବା ମଞ୍ଚ, ସିଦ୍ଧି ବିନାୟକ କମିଟି, ରାମ ନଗର ଦୁର୍ଗା ପୂଜା କମିଟି, ଲାୟନ କ୍ଲବ ରୁ ସଦସ୍ୟ ତଥା ସହର ର ଅନେକ ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀ ଯୋଗ ଦେଇ ,ଏହି ଦେଶ ପ୍ରେମୀ ଉତ୍ସବ କୁ ବିଶାଳ ତଥା ଚିତ୍ତାକର୍ଷକ କରିଥିଲେ । ସାଇ ଲାଇଟ୍ ଆଣ୍ଡ ସାଉଣ୍ଡ, ରୋୟାଲ ଟେଣ୍ଟ ହାଉସ ସହଯୋଗରେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରି ସମସ୍ତ ଙ୍କୁ ଅଭିଭୂତ କରିଥିଲା । ଏହି ବର୍ଣ୍ଣାଢ୍ୟ ପରିକ୍ରମା କୁ ରାସ୍ତା ରେ ଏବଂ ଷ୍ଟାଚ୍ୟୁ ଛକ , ଘୋଡାଘାଟ ଛକ ,ଗାନ୍ଧୀ ଛକ ଠାରେ ଅନେକ ସହରବାସୀ ଉପଭୋଗ ଏବଂ ଉତ୍ସାହିତ କରୁଥିବା ଦେଖାଯାଉଥିଲା। ପରିକ୍ରମା ଶେଷରେ ଅଲ ଷ୍ଟାର କ୍ରିକେଟ କ୍ଲବ ର ସଭାପତି ଆଇନଜୀବୀ କୁନାଲ ବେହେରା ,ଉପସଭାପତି ନିହାର ମିଶ୍ର ,ସମ୍ପାଦକ ପ୍ରଶାନ୍ତ ମିଶ୍ର ,ଯୁଗ୍ମ ସମ୍ପାଦକ ସିତାଂଶୁ ମିଶ୍ର , ବିଶିଷ୍ଟ ସାହିତ୍ୟିକ ତଥା ସାମ୍ବାଦିକ ଶ୍ରୀଯୁକ୍ତ ସତ୍ୟେନ ମହାପାତ୍ର ଏବଂ ଉପସ୍ଥିତ ଅବସରପ୍ରାପ୍ତ ଯବାନ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ଅଲ ଷ୍ଟାର ର ବରିଷ୍ଠ ସଦସ୍ୟ ଶେଖ ଅର୍ଶଦ, ସୁଧାଂଶୁ, ସୁବ୍ରତ,ଜିତୁ , ଗଦାଧର, ମାନସ, ନିଶାନ୍ତ, ଆଦିଲ , ରଞ୍ଜନ, ସାଗର , ଶ୍ରୀନିବାସ ପ୍ରମୁଖ ପରିଚାଳନା କରିଥିବା ବେଳେ ମୁନା ,ଦିତି ,ବଣ୍ଟି , ରବିନ୍ଦ୍ର, ସୋନୁ, ରଜତ, ଲିଙ୍ଗରାଜ, ନୀଳ, ରାଜେଶ, ରାଜା, ଅଶୋକ, ବିଶ୍ଵ ସହଯୋଗ କରିଥିଲେ । ଯୁବ ଆଇନଜୀବୀ ରଶ୍ମି, ରତନ ,ଶେଖର ମଧ୍ୟ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ସକ୍ରିୟ ସହଯୋଗ କରିଥିଲେ। ଅଦ୍ଭୁତପୂର୍ବ ତ୍ରିରଙ୍ଗା ଯାତ୍ରା ଶୃଙ୍ଖଳିତ ଭାବେ ସମାପନ ପରେ, ଅଲ ଷ୍ଟାର କ୍ରିକେଟ କ୍ଲବ ତରଫରୁ ବରିଷ୍ଠ ସଦସ୍ୟ ସୁଧାଂଶୁ ଶେଖର ନାଏକ ସମସ୍ତ୍ ଙ୍କୁ ଧନ୍ୟବାଦ ଦେଇଥିଲେ । ଅବସରପ୍ରାପ୍ତ ସେନା ଅଧିକାରୀ ଙ୍କ ଗୌରବମୟ ଉପସ୍ଥିତି, କଳାହାଣ୍ଡି ନର୍ସିଂ କଲେଜ ଛାତ୍ରୀଙ୍କ ଓଜସ୍ଵିନୀ ପରିକ୍ରମା ତଥା ଯେ . ପି . ଏକାଡେମି ସଦସ୍ୟ ଙ୍କ ତେଜସ୍ଵୀ ଯୋଗଦାନ ଏବଂ ସମସ୍ତ ସହଯୋଗୀ, ପୋଲିସ ପ୍ରଶାସନ, ମିଡିଆ, ଜିଲ୍ଲା ପ୍ରଶାସନ ଏବଂ ସହରବାସୀ ଙ୍କୁ ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ ଦେଇଥିଲେ । ଏହି ମହାନ ଦେଶାତ୍ମକ ତ୍ରିରଙ୍ଗା ଯାତ୍ରା ର ସଫଳତା ରେ ସମସ୍ତେ ଉତ୍ସାହିତ ହୋଇ ଅନେକ ଯୁବକ ଦେଶାତ୍ମକ ସଂଗୀତ ସହିତ ଖୁସି ରେ ମଜ୍ଜି ନୃତ୍ୟ କରିବା ଆମୋଦିତ କରିଥିଲା।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ