ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ସଂଗଠନ ଉଦଘାଟିତ : ଉଦ୍ଦେଶ୍ୟ ସ୍ଥାନୀୟ ଅଞ୍ଚଳର ବିକାଶ
ଭଞ୍ଜନଗର, ୧୬/୦୮ ( ଜେ. କେ ପଟ୍ଟନାୟକ ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଉପକଣ୍ଠ ଚକରା ବିଷୋୟୀ ଛକ ଠାରେ ପଞ୍ଜିକୃତ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ସଙ୍ଗଠନର ନୂତନ କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି।ଅନୁଷ୍ଠାନର ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଓ ସଭ୍ୟମାନଙ୍କ ଉପସ୍ଥିତିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଦ୍ଵାରା ପୂଜାର୍ଚ୍ଚନା ସହ କାର୍ଯ୍ୟଳୟ ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅଗଷ୍ଟ ୧୫ ୮୦ତମ ସ୍ଵାଧିନତା ଦିବସ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଘୁମୁସର ଜିଲ୍ଲା ବିଜେପି ସଭାପତି ନୀଳ ମାଧବ ପାତ୍ର, ଭଞ୍ଜନଗର ପୋୖର ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଆଇନଜୀବି ତଥା ସମାଜସେବୀ ବିଷ୍ଣୁ ପ୍ରସାଦ ପ୍ରଧାନ, ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ ନାୟକ, ବ୍ରହ୍ମା କୁମାରୀ ସନ୍ତୋଶିନୀ ଦେବୀ, ସମାଜସେବୀ ଦୁର୍ଗା ଚରଣ ସ୍ୱାଇଁ, ଅବସର ପ୍ରାପ୍ତ ସୈନିକ ସଙ୍ଘ ସଭାପତି ଅତିଥି ଭାବେ ଉପସ୍ଥିତ ଥିଲେ।ଏହି ଅନୁଷ୍ଠାନ ଆଗାମୀ ଦିନରେ ଜିଲ୍ଲାର ସମସ୍ତ କାର୍ଯ୍ୟରତ ପ୍ରିଣ୍ଟ ମିଡ଼ିଆ, ବୈଦ୍ୟୁତିକ ଗଣ ମାଧ୍ୟମ, ଡିଜିଟାଲ ମିଡ଼ିଆ ସମ୍ବାଦିକ ମାନଙ୍କ ମଧ୍ୟରେ ଏକତା, ବିଭିନ୍ନ ସମସ୍ୟାର ସମାଧାନ ସହ ସେମାନଙ୍କ ଅଧିକାର ପାଇଁ କାର୍ଯ୍ୟ କରିବ।ଏତତ୍ ବ୍ୟତୀତ ସାମାଜିକ ସୁରକ୍ଷା ଏବଂ ସେବା ଯୋଗାଇବା ସହ ବିଭିନ୍ନ ପ୍ରକାର ସଚେତନତା ମୂଳକ କାର୍ଯ୍ୟକ୍ରମ କରିବା ପାଇଁ ଅଣ୍ଟା ଭିଡ଼ିଛି। ସୂଚନାଯୋଗ୍ୟ ଏହି ଅନୁଷ୍ଠାନ ସରକାରୀ ସ୍ତରରେ ପଞ୍ଜିକୃତ ହୋଇଥିବା ବେଳେ ଭଞ୍ଜନଗର ସହର ଓ ଏହାର ଆଖପାଖ ଅଞ୍ଚଳର ସାମାଜିକ ସେବା ଯୋଗାଉଥିବା ବ୍ୟକ୍ତି ମାନଙ୍କୁ ସାମିଲ କରାଯିବ।ଆଜିର ଏହି ପୂଜନ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ଉପଦେଷ୍ଟା ଧୀରେନ କୁମାର ସ୍ୱାଇଁ,ସଭାପତି ପୁରୁଷୋତ୍ତମ ମହାପାତ୍ର, ସମ୍ପାଦକ ଉଦୟ ନାଥ ପଣ୍ଡା, କାର୍ଯ୍ୟକାରୀ ସଭାପତି ଦଣ୍ଡପାଣି ପ୍ରଧାନ, ଉପସଭାପତି କେ.ହରି ସିଂହ, ଉପଦେଷ୍ଟା ସଂଜୀବ କୁମାର ପାତ୍ର, ଯୁଗ୍ମ ସମ୍ପାଦକ ମାନିନୀ ସ୍ୱାଇଁ, କୋଷାଧ୍ୟକ୍ଷ ଡାକ୍ତର ତ୍ରିଲୋଚନ ଜେନାଙ୍କୁ ସମ୍ମାନିତ କରାଯାଇଛି। ଆଗାମୀ ଦିନରେ ଏହି ଅନୁଷ୍ଠାନ ଅନେକ ଗୁଡିଏ କାର୍ଯ୍ୟକ୍ରମ ହାତକୁ ନେବା ସହ ସାମାଜିକ ସୁରକ୍ଷା ସହ ଭଞ୍ଜନଗର ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବ ବୋଲି ନୂତନ ସଭାପତି ପୁରୁଷୋତ୍ତମ ମହାପାତ୍ର କହିଛନ୍ତି। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅନୁଷ୍ଠାନର ଲୋଗୋ, ଟି-ଶାର୍ଟ ଉନ୍ମୋଚିତ ହୋଇଥିଲା।