Hot Posts

6/recent/ticker-posts

ଚୌଧୁରୀ ବଜାର ଦୁର୍ଗା ପୂଜା କମିଟି ବିବାଦ: ନିର୍ବାଚନ ମାଧ୍ୟମରେ ସମାଧାନ ଦାବି

କଟକ, ୨୧/୦୮ ( କାହୁଁ ଚରଣ ବାରିକ ) : ଚୌଧୁରୀ ବଜାର ଦୁର୍ଗା ପଞ୍ଚାୟତ କମିଟିର ନୂତନ କର୍ମକର୍ତ୍ତା ଚୟନ ପାଇଁ ଉପୁଜିଥିବା ଦ୍ଵନ୍ଦରେ ଗୋଟିଏ ପକ୍ଷର ସାମ୍ବାଦିକ ସମ୍ମିଳନୀରେ ମତ ରଖିଛନ୍ତି ଏହିକି ଯେ ଆମେ ସମସ୍ତ ଆସାଇ ପ୍ରାର୍ଥୀ ଆପଣଙ୍କ ଜଣେଇବାକୁ ଚାହୁଁଚୁ ଯେ ଆମର ଏବଂ ସମସ୍ତ ମୁରବୀମାନଙ୍କର ସତ ଚେଷ୍ଟା ପରେ କୌଣସିବାଟ ନ ବାହାରିବାରୁ ଆମେ D.G ଅଫିସ ଯିବାକୁ ବାଧ୍ୟ ହୋଇଥିଲୁ । କାଲିର ଗୋଟିଏ ପ୍ରେସ କନଫରନ୍ତି ମାଧ୍ୟମରେ ଯେଉଁମାନେ ନିଜକୁ କାର୍ଯ୍ୟକାରୀ ସଭାପତି ଏବଂ କାର୍ଯ୍ୟକାରୀ ସମ୍ପାଦକ କହିଲେ ସେମାନଙ୍କୁ ସେ ଅଧିକାର ଦେଲା କିଏ । ଯଦି ସେ ଥିଲେ ତ ଚନ୍ଦନ ଯାତ୍ରା,ଦୋଳ ଓ ବାସନ୍ତୀ ଦୁର୍ଗା ପୂଜାରେ କୋଉଠି ଥିଲେ । ଗୋଟିଏ କଥା ଚେତେଇ ଦେଉଛୁ ଯେ ଗୋଟିଏରୁ ଅଧିକ ପାର୍ଥୀ ଗୋଟିଏ ପୋଷ୍ଟ ପାଇଁ ଆସାୟୀ ହୁଅଛି, ତ ଗଣତାନ୍ତ୍ରିକବ୍ୟବସ୍ଥାରେ ଇଲେକସନ୍ ମାଧ୍ୟମରେ ହିଁ ତାର ସମାଧାନ ହୋଇଥାଏ। ଯଦି ସତ୍ ସାହାସ ଓ ବଜାର ବାସୀଙ୍କର ସମର୍ଥନ ଅଛି ଇଲେକସନ୍ ଜାତି ନିଜେ ସଭାପତି ଓ ସମ୍ପାଦକ ହେଇଯାନ୍ତୁ କିଏ ରୋକିଛି । ସବୁବେଳେ ଆକୁ ତାକୁ ଭଡ଼ାଟିଆ କହୁଥିବା ବ୍ୟକ୍ତିମାନେ ଆମକୁ ବୁଝାନ୍ତୁ ଭଡ଼ାଟିଆ ମାନେ କଣ । ଆମେ ବୁଝୁ ଯିଏ ଭଡ଼ା ଦେଉଥବ ଅବା ଯାହାର ପଟ୍ଟା ନଥ‌ିବ, ସେ ହେଉଛି ଭଡ଼ାଟିଆ । ଆପଣ ଯଦି କିଛି ଅଲଗା ପରିଭାଷା ଜାଣିଛନ୍ତି ତାହାହେଲେ ଆମକୁ ବୁଝାନ୍ତୁ । ସେ ଯେଉଁ କାଲି କହିଛନ୍ତି ସିସି ଟିଭି ଫୁଟେଜ ଦେଖାଯାଉ, ଯଦି ଭଡ଼ାଟିଆ ଗଣ୍ଡୋଗୋଳ କରିଥିବେ, ତାକୁ ତୁରନ୍ତ ଆରେଷ୍ଟ କରାଯାଉ । ଆମେ ବି ପ୍ରଶାସନକୁ ଅନୁରୋଧ କରୁଛୁ କି ଯେ ଆପଣ ସିସି ଟିଭି ଫୁଟେଜ୍ ମାଧ୍ୟମରେ ଯେଉଁମାନେ ଭଡ଼ାଟିଆ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଆଉ ଯଦି ଭଡ଼ାଟିଆମାନେ ସେ ଫୁଟେଜ ନବାହାରନ୍ତି। ଆମେ ଇଲେକସନ୍ ରୁ ଓହରିବାକୁ ପ୍ରସ୍ତୁତ ଅଛୁ। ଯେଉଁ ପରମ୍ପରାର କଥା କାଲି ସଭାରେ କହିଲେ, ସେହି ପରମ୍ପରା ଅନୁସାରେ ତିନି ବର୍ଷକୁ ଥରେ ସାଧାରଣ ସଭା ଡ଼କାହୁଏ, ଏବଂ ସଭାପତି ଓ ସମ୍ପାଦକ ଚୟନ କରାଯାଏ । ଆପଣ ଷଡ଼ଯନ୍ତ୍ର କରି ଯେଉଁ ୧୧ ବର୍ଷ କମିଟି କରି ରହିଗଲେ ସେତିକି ବର୍ଷ ମଧ୍ୟରେ କେତେ ଥର ସାଧାରଣ ସଭା ଡ଼ାକିଥିଲେ ଓ ୧୧ ବର୍ଷ ରହିଲା ପରେ କି ସାର୍ଥରେ ଆହୁରି ଆପଣ ରହିବାକୁ ଚାହୁଁଛନ୍ତି । କେଉଁ ସମ୍ବିଧାନରେ ଲେଖାହୋଇଛି କି ବ୍ୟବସାୟ ଲୋକମାନେ ସଭାପତି ଓ ସମ୍ପାଦକ ହୋଇପାରିବେନି ଆଉ ଖାଲି ବେକାରୀ ମାନେ ହୋଇପାରିବେ । ଆମେ ଏବଂ ମୁରବି ମାନେ ବହୁ ପ୍ରକାର ଆଲୋଚନା କରିବାକୁ ଚେଷ୍ଟା ସତ୍ଵ ଆପଣମାନେ କେବଳ ଅସଭ୍ୟ ଭାଷାରେ ଗାଳି କରନ୍ତି ଓ ଆକ୍ରମଣ କରିବାକୁ ମଧ୍ୟ ପଛାନ୍ତି ନାହିଁ । ସେଥ‌ିପାଇଁ ଆପଣମାନଙ୍କ ସହିତ ଆଲୋଚନା କରିବା ବୃଥା । ଆମେ D.G ଅଫିସରେ ଜଣାଇଛୁ ଏବଂ ଆମର ସମ୍ପୂର୍ଣ୍ଣ ବିଶ୍ଵାସ ଅଛି D.G ସାର ନିଶ୍ଚୟ ଭାବରେ ଏହାର ତୁରନ୍ତ ସମାଧାନ କରିବେ । ଯଦି ନହୁଏ ଯେହେତୁ ପାର୍ବଣ ପାଖେଇ ଆସିଲାଣି, ଆମେ ବାଧ୍ୟହୋଇ କଲେକ୍ଟରଙ୍କ ନିକଟରେ ଆସନ୍ତା ସୋମବାର ଦିନ ଯାଇ ଆମ ବେଦନାକୁ ଜଣାଇବୁ ।