Hot Posts

6/recent/ticker-posts

ସାମାନ୍ୟ ବଚସାରୁ ବଡ଼ ଭାଇଙ୍କୁ ହତ୍ୟା

କଳାହାଣ୍ଡି, ୨୧/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡିରେ ଚାଞ୍ଚଲ୍ୟ । ସାମାନ୍ୟ ବଚସାକୁ କେନ୍ଦ୍ର କରି ବଡ଼ ଭାଇଙ୍କୁ ହତ୍ୟା ଅଭିଯୋଗ । ବଳରାମପୁର ଅଞ୍ଚଳରେ ମଦ୍ୟପାନ ପରେ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ସାନ ଭାଇ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ । ଘଟଣାରେ ୪୫ ବର୍ଷୀୟ କୁଳମଣି ସବରଙ୍କ ମୃତ୍ୟୁ ହୋଇଛି । ହତ୍ୟା ଅଭିଯୋଗରେ ତାଙ୍କ ସାନ ଭାଇ ୪୨ ବର୍ଷୀୟ ଧର୍ମିକ ସବରଙ୍କୁ ପୋଲିସ ଅଟକ ରଖିଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଘଟଣାର ପ୍ରକୃତ କାରଣ ଓ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।



କଳାହାଣ୍ଡି ଭବାନୀପାଟଣାରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ