Hot Posts

6/recent/ticker-posts

ରତଳାଙ୍ଗ ପଞ୍ଚାୟତରେ ବନ୍ୟା ପରିସ୍ଥିତି ପରଖିଲେ ବିଜେପି ନେତା ଉମେଶ ଚନ୍ଦ୍ର ଜେନା

ବରୀ, ୨୧/୦୮ ( ରଂଜିତ ମହାନ୍ତି ) : ରତଳାଙ୍ଗ ପଞ୍ଚାୟତ ଅନ୍ତର୍ଗତ କଁଅରା ଗଣ୍ଡ ଅଞ୍ଚଳରେ ବନ୍ୟା ପରିସ୍ଥିତି ପରଖିଛନ୍ତି ବରୀର ବିଜେପି ନେତା ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ଜେନା। ବନ୍ୟା ପ୍ରଭାବିତ ଅଞ୍ଚଳରେ ସରକାରୀ ସହାୟତା ଠିକ୍ ଭାବେ ପହଞ୍ଚୁଛି କି ନାହିଁ, ସେନେଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାସହ ବନ୍ୟା ପ୍ରଭାବିତ ଲୋକଙ୍କ ଆବଶ୍ୟକତା ବୁଝିବା ସହ ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରାଇଥିବା ଜଣାପଡ଼ିଛି। ବିପଦ ସମୟରେ ପ୍ରଭାବିତ ଲୋକଙ୍କ ପାଖରେ ଆବଶ୍ୟକ ସହାୟତା ପହଞ୍ଚାଇବା ଉପରେ ଶ୍ରୀ ଜେନା ଗୁରୁତ୍ୱ ଦେଇଥିଲେ।