କଳାହାଣ୍ଡି, ୧୪/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ନବରଙ୍ଗପୁର ଡିଜିପି ଡିସ୍କ ମେଡାଲ୍ରେ ପୁରସ୍କୃତ ନବରଙ୍ଗପୁର ଥାନାଧିକାରୀ ସମ୍ବିତ ବେହେରାଙ୍କୁ ଅଲ୍ ଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। କ୍ଲବ ପକ୍ଷରୁ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ପୋଲିସ ବିଭାଗର ଏକ ମର୍ଯ୍ୟାଦାଜନକ ସମ୍ମାନ ଭାବେ ପରିଚିତ ଡିଜିପି ଡିସ୍କ ମେଡାଲ୍ରେ ସମ୍ବିତ ବେହେରା ପୁରସ୍କୃତ ହୋଇଛନ୍ତି। ୨୦୦୯ ମସିହାରୁ ପୋଲିସ ବିଭାଗରେ ଚାକିରି ଆରମ୍ଭ କରି ସେ ନବରଙ୍ଗପୁର, କୋରାପୁଟ ଓ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟ କରି ଉତ୍ତମ ସେବା ପ୍ରଦାନ କରିଛନ୍ତି। କର୍ତ୍ତବ୍ୟନିଷ୍ଠା, ସାହସିକ ପଦକ୍ଷେପ, ପେଶାଦାର ଦକ୍ଷତା ଏବଂ ଉଚ୍ଚକୋଟୀର ଆଇନଶୃଙ୍ଖଳା ରକ୍ଷାରେ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। ସମ୍ବିତ ବେହେରା ଅଲ୍ ଷ୍ଟାର କ୍ରିକେଟ କ୍ଲବର ଜଣେ ପ୍ରମୁଖ ସଦସ୍ୟ ହୋଇଥିବାରୁ ତାଙ୍କ ଏହି ସଫଳତାରେ କ୍ଲବ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସମ୍ବର୍ଦ୍ଧନା ସଭାରେ କ୍ଲବ ସଭାପତି ଆଡଭୋକେଟ୍ କୁନାଲ ବେହେରା, ଉପସଭାପତି ନିହାର ମିଶ୍ର, ସମ୍ପାଦକ ପ୍ରଶାନ୍ତ ମିଶ୍ରଙ୍କ ସମେତ ବରିଷ୍ଠ ସଦସ୍ୟ ସୁଧାଂଶୁ, ଅର୍ଶଦ, ସୁବ୍ରତ, ଚିତ୍ତ, ଗଦାଧର, ମନୋଜ, ସାଗରଙ୍କ ସହ ସୋନୁ, ଦିତି, ରଞ୍ଜନ, ମୁନା, ରାଜା ଓ ରୋହନ ଉପସ୍ଥିତ ଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
