ଭବାନୀପାଟଣା, ୨୩/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଭବାନପାଟଣା ବ୍ଲକ ଅର୍ନ୍ତଗତ କର୍ଲାକୋଟ ଠାରେ ଭବାନୀ ପାଟଣା ସଦର ବ୍ଲକ ଯାଦବ ମହାସଭାର ୨ୟ ସାଧାରଣ ବୈଠକ ସଭାପତି ଦେବରାଜ ଗହୀରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀରଥୁରାମ ବାଗ ସଂମ୍ପାଦକ ସଦର ବ୍ଲକ୍ ଯାଦବ ମହାସଭା ଉପସ୍ଥିତ ସମସ୍ତ କର୍ମକର୍ତ୍ତାଙ୍କୁ ସ୍ବାଗତ ଜଣାଇ କାର୍ଯ୍ୟକ୍ରମ କରିବା ଲକ୍ଷ୍ୟ ଓ ଉଦେଶ୍ୟ ଉପରେ ଅବଗତ କରିଥିଲେ।ଉକ୍ତ ବୈଠକରେ ସ୍ବାସ୍ଥ୍ୟ, ଶିକ୍ଷା, କୌଳିକ ବୃତ୍ତି, ନିଶା ମୁକ୍ତ ସମାଜ ଗଠନ, ଯାଦବ ସଂବିଧାନକୁ କାର୍ଯ୍ୟକାରୀ କରିବା, ନୂତନ ଆଂଚଳିକ ଯାଦବ ସମିତି ଗଠନ କରିବା, ବ୍ଲକ ଯୁବ ଯାଦବ ସମିତି ଗଠନ, ବ୍ଲକ ମହିଳା ସମିତି ଗଠନ, ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା, ଯାଦବ ସମ୍ପ୍ରଦାୟ କଳା ସଂସ୍କୃତିକୁ ପୁନଃ ଉଦ୍ଧାର କରିବା, ସାମାଜିକ ସ୍ଥିତି, ଆର୍ଥିକ ଓ ରାଜନୈତିକ ଅଧିକାର, ସଂଗଠିତ ଭାବରେ କାର୍ଯ୍ୟ କରିବା, ନୂଆଖାଇ ଭେଟଘାଟ, କ୍ରୀଡ଼ା କ୍ଷେତ୍ରରେ ପାରଦର୍ଶିତା ହାସଲ କରିବା, ସାମାଜିକ ଏକତା ଯାଦବ ସମାଜର ଭାଇଚାରା, ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେବା ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକରେ ଶ୍ରୀମତି କମଳିନୀ ଯାଦବ, ଶ୍ରୀସୁଭାଷ ନାଗ,ମଳୟ କୁମାର ଗଉଡ଼ କୋଷାଧକ୍ଷ, ଝସକେତନ ଗଉଡ଼ ଉପ ସଭାପତି, ରାଜୀବ ଲୋଚନ ଜୁଆଡ ଉପ ସଭାପତି, ଉପେନ୍ଦ୍ର ଚଲାନ ଉପ ସଭାପତି, ସୁରେଶ ଚନ୍ଦନ, ତଥା ସଦର ବ୍ଲକ୍ ଆଂଚଳିକ ଯାଦବ ସମିତି, ଗ୍ରାମ୍ୟ ଯାଦବ ସମିତି ଓ ଭାତ କମିଟି ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ମଳୟ କୁମାର ଗଉଡ଼ଙ୍କ ଧନ୍ଯବାଦ ଅର୍ପଣ ପରେ ସଭା ଶେଷ କରାଯାଇଥିଲା।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
