Hot Posts

6/recent/ticker-posts

ସୁବର୍ଣ୍ଣରେଖା ନଦୀରେ ଭୟଙ୍କର ବନ୍ୟା। ୬୦ ହଜାରରୁ ଅଧିକ ଲୋକ ଜଳ ବନ୍ଦୀ। ତେଇଶି ହଜାର ଲୋକଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା।

ବାଲେଶ୍ଵର, ୨୧/୦୮ ( ପ୍ରଭାକର ମଲ୍ଲିକ ) : ସୁବର୍ଣ୍ଣରେଖା ନଦୀର ଦ୍ୱିତୀୟ ବନ୍ୟା ବଡ ଭୟଙ୍କ ରୂପ ଧାରଣ କରିଛି। ଶହ ଶହ ଲୋକଙ୍କ ଘରେ ବନ୍ୟା ଜଳ ପଶିଛି।ଦୀର୍ଘ ଦଶ ବର୍ଷ ମଧ୍ୟରେ ଏତେ ବଡ ବନ୍ୟା ସୁବର୍ଣ୍ଣରେଖା ରେ ଦେଖିବାକୁ ମିଳିନଥିଲା। ଏହି ବନ୍ୟାରେ ବାଲିଆପାଳ ବ୍ଲକର ୯ ପଞ୍ଚାୟତର ୬୦ ହଜାରରୁ ଅଧିକ ଲୋକ ଜଳ ବନ୍ଦୀ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର କରି ଚଉରାଳିଶି ଟି ଅସ୍ଥାୟୀ ଶିବିରରେ ତେଇଶ ହଜାର ଲୋଜଙ୍କୁ ରନ୍ଧା ଖାଦ୍ୟ ଦିଆ ଯାଉଛି। ତେବେ ଏହି ବନ୍ୟାର ଜଳ ସ୍ତର ଗୁରୁବାର ସକାଳ ଠାରୁ କମିବାରେ ଲାଗିଛି। ରାଜଘାଟ ଠାରେ ବୁଧବାର ରାତିରେ ବନ୍ୟାଜଳ ସର୍ବାଧିକ ୧୧.୮୨ ମିଟର ପର୍ଯ୍ୟନ୍ତ ଯାଇ ଥିଲା ।ଗୁରୁବାର ସକାଳ ଠାରୁ କମିବା ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ଜଳ ସ୍ତର କମି ୧୦.୭୦ ମିଟର ରେ ପହଞ୍ଚିଥିଲା। ତଥାପି ଏଠାରେ ଜଳ ପତନ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି।ଜାମକୁଣ୍ଡା ଲକ୍ଷ ଠାର ବିଷ୍ଣୁପୁର, ନୟାବାଲି, କୁହ୍ଲାଚଡ, ଇକଡ଼ପାଳ, ତାଳପଦା ଆଦି ଗ୍ରାମକୁ ଯିବା ରାସ୍ତାରେ ୫/୬ ଫୁଟ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି।ସେହିପରି ପଞ୍ଚରୁଖି ଠାରୁ ଚରବସ୍ତ କାଳରୁଇ ଓ ଚୌଧୁରୀକୁଦ ରାସ୍ତା ଉପରେ ୬ ଫୁଟ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ବାଲିଆପାଳ ଠାରୁ କୁଦମାନସିଂହ ଏବଂ ବିଷ୍ଣୁପୁର ଗ୍ରାମକୁ ଯାଇଥିବା ମୁଖ୍ୟ ରାସ୍ତା ଗୁଡ଼ିକରେ ୪/୫ ଫୋଟ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଏହି ସବୁ ଗ୍ରାମକୁ ସରକାରୀ ବୋଟ ଯୋଗାଇ ଦିଆ ଯାଇଛି।ମାତ୍ର ଆବଶ୍ୟକ ମୁତାବ ସରକାରୀ ବୋଟ ନଥିବାରୁ ଲୋକମାନେ ବାଧ୍ୟ ହୋଇ ଦେଶୀ ଡଙ୍ଗା ବ୍ୟବହା କରୁଥିବାର ଦେଖିବକୁ ମିଳିଛି। କିଛି ସ୍ଥାନରେ ଲୋକେ ବନ୍ୟା ଜଳରେ ପଶି ବିପଦ ସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଥିବା ନେଇ ଆସଭିଯୋଗ ହେଉଛି।ତେବେ ଲୋକଙ୍କ ଯାତାୟାତ ଓ ଉଦ୍ଧାର କାର୍ଯ୍ୟ ପାଇଁ ଦେଶି ଡ଼ଙ୍ଗା ସହିତ ସ୍ଵତନ୍ତ୍ର ରିଲିଫ କମିଶନ ବିଭାଗ ,ଓଡ୍ରାଫ ଓ ଅଗ୍ନିଶମ ବିଭାଗକୁ ନିୟୋଜିତ କରାଯାଇଛି। 




ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l