Hot Posts

6/recent/ticker-posts

ନାରାୟଣପୁର ଜଙ୍ଗଲରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ମିଳିତ ଅଭିଯାନରେ ମାଓବାଦୀଙ୍କ ଗୁପ୍ତ ଭଣ୍ଡାର ଠାବ

ମାଲକାନଗିରି, ୩୦/୦୮ (ରିପୋର୍ଟ ଶରତ ଚନ୍ଦ୍ର ଖରା) : ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଆଦନାର ଜଙ୍ଗଲରେ ବିଏସ୍‌ଏଫ୍‌ ଓ ନାରାୟଣପୁର ପୁଲିସର ମିଳିତ କମ୍ବିଂ ଅଭିଯାନ ବେଳେ ମାଓବାଦୀଙ୍କ ଏକ ଗୁପ୍ତ ଅସ୍ତ୍ର ଭଣ୍ଡାର ଠାବ ହୋଇଛି। ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ନରୟଣପୁର ଜିଲ୍ଲା ଆଦନାର ଅଞ୍ଚଳରେ ମାଓ ଦମନ ଅପରେସନ୍‌ ସମୟରେ ଯବାନମାନେ ଜଙ୍ଗଲ ମଧ୍ୟରେ ଏକ ସନ୍ଦିଗ୍ଧ ସ୍ଥାନ ଚିହ୍ନଟ କରିଥିଲେ। ମାଟି ନିକଟରେ ଖୋଳାଯାଇଥିବା ଚିହ୍ନ ଦେଖି ସେମାନେ ଖୋଜାଖୋଜି ଆରମ୍ଭ କରିଥିଲେ। ତଲାସି ବେଳେ ମାଟି ତଳେ ଲୁଚାଇ ରଖାଯାଇଥିବା ବହୁ ପରିମାଣର ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଉଦ୍ଧାର ହୋଇଥିଲା। ଜବତ ସାମଗ୍ରୀ ମଧ୍ୟରେ ୧୦ଟି ରାଇଫଲ, ୨ଟି ବ୍ୟାରେଲ୍‌ ଗ୍ରେନେଡ୍‌ ଲଞ୍ଚର, ୧୩ଟି ଜୀବନ୍ତ ଗ୍ରେନେଡ୍‌ ସେଲ୍‌, ୧୬ଟି କାର୍ଟ୍ରିଜ୍‌ ଓ ପ୍ରାୟ ୨ କିଲୋଗ୍ରାମ ବିସ୍ଫୋରକ ରହିଛି। ସୁରକ୍ଷା ସଂସ୍ଥାମାନଙ୍କ ମତରେ, ଏହି ଅସ୍ତ୍ରଶସ୍ତ୍ର ମାଓବାଦୀଙ୍କ ଭବିଷ୍ୟତ କାର୍ଯ୍ୟକଳାପ ପାଇଁ ଗଚ୍ଛିତ ରଖାଯାଇଥିଲା। ବସ୍ତର ଅଞ୍ଚଳରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ ମଧ୍ୟରେ ଏହି ଜବତକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ଦେଖାଯାଉଛି।