Hot Posts

6/recent/ticker-posts

କାଉଡ଼ିଆଙ୍କ_ସୁରକ୍ଷା_ପାଇଁ_କମିଶନରେଟ_ପୋଲିସର_ବଡ଼_ପଦକ୍ଷେପ।

କଟକ, ୦୨/୦୮ ( କାହୁଁ ଚରଣ ବାରିକ ) : ଶ୍ରାବଣ ମାସରେ ଜଳ ନେବାକୁ ଯାଉଥିବା କାଉଡ଼ିଆଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ପୋଲିସ କମିଶନର **ସୁରେଶ ଦେବଦତ୍ତ ସିଂ**  କାଉଡ଼ିଆଙ୍କୁ ରାତିରେ ଯାତାୟାତ ସମୟରେ ସହଜରେ ଦୃଶ୍ୟମାନ ହେବା ପାଇଁ ରିଫ୍ଲେକ୍ଟିଭ୍ ଟେପ୍ ଓ ସେଫ୍ଟି ଜ୍ୟାକେଟ୍ ବଣ୍ଟନ କରିଛନ୍ତି। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସଡ଼କ ଦୁର୍ଘଟଣା ରୋକିବା ସହ କାଉଡ଼ିଆଙ୍କ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା। ଏହା ସହ କାଉଡ଼ିଆମାନଙ୍କୁ ଟ୍ରାଫିକ୍ ନିୟମ ମାନିବା ଓ ସତର୍କତାର ସହ ଯାତ୍ରା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।