Hot Posts

6/recent/ticker-posts

କିର୍ମିରାରେ ହର ଘର ତ୍ରିରଙ୍ଗା ଅଭିଯାନ

ଲଇକେରା, ୧୪/୦୮ ( ନବଦୂତ ) : ଦେଶପ୍ରେମ,ଜାତୀୟ ଏକତା ଓ ତ୍ରିରଙ୍ଗା ପ୍ରତି ଗର୍ବର ଭାବନାକୁ ନେଇ 'ହର ଘର ତ୍ରିରଙ୍ଗା ଅଭିଯାନ ଅବସରରେ ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କିର୍ମିରା ବ୍ଲକ ପ୍ରଶାସନ ପକ୍ଷରୁ କିର୍ମିରା ଠାରେ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ସ୍ଥାନୀୟ ବିଡିଓ ଅଭିନାଶ ଲାକ୍ରାଙ୍କ ତତ୍ତ୍ୱାବଧାନ ରେ ବ୍ଲକ କାର୍ଯ୍ୟାଳଯରୁ ଜାତୀୟ ପତାକା ଧରି ଭାରତ ମାତା, ବନ୍ଦେ ମାତରମ୍ ସହ ରାଷ୍ଟ୍ର ଗାନ କରି ସମସ୍ତେ ଗ୍ରାମ ପରିକ୍ରମା କରିଥିଲେ ।ଏହି କାର୍ଯ୍ୟକ୍ରମରେ ତହସିଲଦାର ସଞ୍ଜିବ କୁଲୁ, ସରପଞ୍ଚ ସନ୍ତୋଷିନୀ ପଟେଲ, ସିଡିପିଓ ସଙ୍ଗୀତା ଅଢା, ବିଧାୟକ ପ୍ରତିନିଧି ବାବୁଲାଲ କିସାନ,ହାଇସ୍କୁଲ ପ୍ରଧାନ ଶିକ୍ଷକ ସୈାରୀନାରାୟଣ ସିଂହ ଯୋଗ ଦେଇଥିବା ବେଳେ ସ୍କୁଲ ଛାତ୍ର ଛାତ୍ରୀ,ଅଙ୍ଗନବାଡି କର୍ମୀ, ସିଆରପିମାନେ,ସ୍ୱୟଂସହାୟିକା ଗୋଷ୍ଠୀ,ସ୍ୱେଚ୍ଛାସେବୀ,ବିଜେପି କର୍ମୀ ସାମିଲ ହୋଇଥିଲେ ।କାର୍ଯ୍ୟକ୍ରମକୁ ବିପିସି ଅନୁପମା ମିଞ୍ଜ୍ ପରିଚାଳନା କରିଥିବା ବେଳେ ଜଳ ଓ ପରିମଳ ଯନ୍ତ୍ରୀ ବିଜୟ ଡନସେନା,ମିଶନଶକ୍ତି କର୍ମଚାରୀ ସନ୍ଦିପ କୁମାର ପ୍ରଧାନ,ଆହୁତୀ ନାଏକ,ଶିକ୍ଷକ କୈାଶିଳ ବେହେରା,ବିକାଶ ଭୋଇ,ଉଦିତ କୁଜୁର,ଖେଳ ଶିକ୍ଷକ ଅମୀୟ ଷଣ୍ଢ,ଶିକ୍ଷୟତ୍ରୀ ସଙ୍ଗିତା ନାୟକ,ବବି ନାଏକ, ନିକିତା ବାଗ,ଦେବକି ଖୁଣ୍ଟିଆ, ସମାଜସେବୀ ସନ୍ଦିପ କୁମାର ପଟେଲ ସହଯୋଗ କରିଥିଲେ ।