Hot Posts

6/recent/ticker-posts

କଟକ ମହାନଗର ଶାନ୍ତି କମିଟିର ନବୀକରଣ କାର୍ଯ୍ୟାଳୟ ଉଦଘାଟିତ

କଟକ, ୧୮/୦୮ ( କାହୁଁ ଚରଣ ବାରିକ ) : ଦରଘାବଜାରସ୍ଥିତ କଟକ ମହାନଗର ଶାନ୍ତି କମିଟିର ନବୀକରଣ କାର୍ଯ୍ୟାଳୟ ଆଜି ମହାସମାରୋହରେ ଉଦଘାଟିତ ହୋଇଛି। ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଓ ଉଦଘାଟକ ଭାବେ ଯୋଗଦେଇଥିଲେ। କମିଟି ସଭାପତି ଦେବେନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କଟକ ମେୟର ସୁବାସ ସିଂହ, ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଷ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ଓ ଡିସିପି ଋଷିକେଶ ଦ୍ୟାନଦେଓ ଖିଲାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। କଟକ ସହରର ୧୭୬ଟି ପୂଜା ମଣ୍ଡପର କର୍ମକର୍ତ୍ତାଙ୍କ ପାଇଁ ସଭାଗୃହ ନିର୍ମାଣ ଲାଗି ଜମି ଯୋଗାଇଦେବାକୁ ମନ୍ତ୍ରୀଙ୍କ ନିକଟରେ ଦାବି ରଖାଯାଇଥିଲା। ଏନେଇ ମନ୍ତ୍ରୀ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ଶାନ୍ତି କମିଟିର ସାଧାରଣ ସମ୍ପାଦକ ଶ୍ରୀ ଭିକାରୀ ଚରଣ ଦାସଙ୍କ ସମେତ ଦୀର୍ଘଦିନ ଧରି କମିଟି ପାଇଁ ନିଷ୍ଠାର ସହ ସେବା କରିଥିବା ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କଟକର ଭାଇଚାରା, ସାମ୍ପ୍ରଦାୟିକ ସଦ୍ଭାବ ଓ ସାମାଜିକ ଶାନ୍ତି ରକ୍ଷାରେ ଶାନ୍ତି କମିଟିର ଅବଦାନକୁ ଅତିଥିମାନେ ପ୍ରଶଂସା କରିଥିଲେ।