Hot Posts

6/recent/ticker-posts

ବାଇପାସ ରୋଡ଼ରୁ ଅଜଗର ସାପ ଉଦ୍ଧାର

ଭଞ୍ଜନଗର, ୧୯/୦୮ ( ଜେ. କେ ପଟ୍ଟନାୟକ ) : ବର୍ତ୍ତମାନ ବର୍ଷା ଲାଗି ରହିଥିବାରୁ ଚାରିଆଡେ ସାପ ମାନେ ଗାତ ଛାଡି ଏଣେତେଣେ ଘୁରି ବୁଲୁଛନ୍ତି। ଫଳରେ ଅନେକ ସମୟରେ ଅସାବଧାନତା କାରଣରୁ ସାପ କାମୁଡ଼ାରେ ବହୁ ମୂଲ୍ୟବାନ ଜୀବନ ନଷ୍ଟ ହେଉଛି।ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ବାଇପାସ ରୋଡ଼ରେ ଥିବା ଏକ ହୋଟେଲରୁ ବିରାଟ ଅଜଗର ସାପ ଉଦ୍ଧାର ହୋଇଛି।ବୁଧବାର ସନ୍ଧ୍ୟା ସମୟରେ ସାପଟିକୁ ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ସ୍ନେକ ହେଲ୍ପ ଲାଇନର ସହାୟତା ନେଇଥିଲେ।ଖବର ପାଇ ରଞ୍ଜନ ବିଷୋୟୀ ଓ ପ୍ରମୋଦ ବିଷୋୟୀ ସେଠାରେ ପହଞ୍ଚି ଉକ୍ତ ବିରାଟ ଅଜଗରକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଥିଲେ।ସାପଟିର ଲମ୍ବ ପ୍ରାୟ ୭ଫୁଟ ହେବ ବୋଲି ଜଣାପଡିଛି।