ନୂତନ ହୋଟେଲ ଖୋଲିବା ପୂର୍ବରୁ ଚାଲିଗଲା ଜୀବନ
ଭଞ୍ଜନଗର, ୧୯/୦୮ ( ଜେ. କେ ପଟ୍ଟନାୟକ ) : ଭଞ୍ଜନଗର ବାଗଦେବୀ ରୋଡରେ ରହୁଥିବା ବିଶ୍ୱଜିତ୍ ପାତ୍ର (୨୩)ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି।ବୁଧବାର ସକାଳେ ସେ ଏକ ନୂତନ ହୋଟେଲ ଶୁଭାରମ୍ଭ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବିଦ୍ୟୁତ ବୋର୍ଡରେ ପ୍ଲଗ ଲଗାଉଥିଲେ। ଏହି ସମୟରେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ଘଟିଛି। ବିଶ୍ୱଜିତ୍ ଙ୍କ ପିତା କୁଲାଡର ଜଣାଶୁଣା ସୁପକାର ଟୁନା ପାତ୍ରଙ୍କ ପୁଅ ଅଟନ୍ତି।ନୂତନ ହୋଟେଲକୁ ନେଇ ପୁରା ପରିବାର ଉତ୍ସାହିତ ଥିବାବେଳେ ହଠାତ ଏଭଳି ଏକ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ଜବତ କରିଛି। ଭଞ୍ଜନଗର ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।ମୃତ ବିଶ୍ୱଜିତ ଡିପ୍ଲୋମା କରି ବିଶାଖାପାଟଣାରେ ଚାକିରି କରୁଥିଲେ। କିଛିଦିନ ପୂର୍ବେ ଗ୍ରାମକୁ ଆସିଥିଲେ। ଆଜି ତାଙ୍କର ଏକ ହୋଟେଲ ଉଦଘାଟନ ଥିଲା। ଏହି ସମୟରେ ବିଦ୍ୟୁତ ଆଘାତରେ ବିଶ୍ୱଜିତଙ୍କ ଜୀବନ ଚାଲିଯାଇଛି।