Hot Posts

6/recent/ticker-posts

ନାରୀ ସଶକ୍ତି କରଣ ସମ୍ପର୍କ ରେ ଆଲୋଚନା କାର୍ଯ୍ୟକ୍ରମ



ଦାରିଙ୍ଗବାଡି, ୦୨/୦୮ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ପଞ୍ଚାୟତର ଅଲାଞ୍ଜୁରି ସ୍ଥିତ କମ୍ୟୁନିଟୀ ହଲ୍ ରେ ମହିଳା ସଶକ୍ତି କରଣ ଓ ଅସହାୟକ ଙ୍କ ସହାୟକ ସମ୍ପର୍କିତ ଆଲୋଚନା ଶିବିର ଅନୁଷ୍ଠିତ ହୋଇଯାଇଛି। ଅସହାୟକ ଙ୍କ ସହାୟକ କେନ୍ଦ୍ର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ରାହ୍ମଣୀଗାଁ ସରପଞ୍ଚ ସଂଯୁକ୍ତା ମଲ୍ଲିକ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ହାଇକୋର୍ଟ ର ଆଇନଜୀବୀ ତଥା ସମାଜ ସେବୀ ଧନଞ୍ଜୟ ସେନାପତି ,ମାନବାଧିକାର କର୍ମୀ ବିକ୍ରମ ବସ୍ତିରାଇ , ସମାଜ ସେବୀ ପ୍ରଶାନ୍ତ ନାୟକ , ଗ୍ରାମ୍ୟ ପରିଚାଳନା କମିଟି ସଭାପତି ବାବୁଲା ସିଂ , ରାମାକାନ୍ତ ସିଂ ପ୍ରମୁଖ ଯୋଗ ଦେଇ ମହିଳା ସଶକ୍ତି କରଣ ସମ୍ପର୍କ ରେ ଆଲୋକପାତ କରିଥିଲେ। ଅସହାୟକ ଙ୍କ ସହାୟକ କେନ୍ଦ୍ର ର ପରିଚାଳକ କୁଳରଞ୍ଜନ ଧଙ୍ଗଡା ମାଝୀ ଙ୍କ ନିର୍ଦ୍ଦେଶ ରେ ହୋଇଥିବା ବେଳେ କୋଷାଧ୍ୟକ୍ଷ ସୀମାଞ୍ଚଳ ପରିଛା ଓ ଅନ୍ୟ କର୍ମୀମାନେ ପରିଚାଳନା କରିଥିଲେ। ଏଥିରେ ଗ୍ରାମର ୧୬ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳା ମାନେ ଯୋଗ ଦେଇଥିଲେ।




କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ