Hot Posts

6/recent/ticker-posts

ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ : ୨ଗିରଫ

ଭଞ୍ଜନଗର, ୨୧/୦୮ ( ଜେ. କେ ପଟ୍ଟନାୟକ ) : ଗଞ୍ଜେଇ ଚୋରା ଚାଲାଣ ବେଳେ ପୁଣିଥରେ ଭଞ୍ଜନଗର ପୋଲିସ ହାବୁଡ଼ରେ ପଡିଛନ୍ତି ୨ ଅଭିଯୁକ୍ତ। ଗୁରବାର ଭଞ୍ଜନଗର ପୋଲିସ ପକ୍ଷରୁ ସନ୍ଧ୍ୟାକାଳୀନ ପାଟ୍ରୋଲିଂ ଚାଲିଥିବା ବେଳେ ଏସଆଇ ଲଷ୍ମୀଧର ମହାନ୍ତି ଅନ୍ୟ କର୍ମଚାରୀମାନେ ଡ଼ହ ପୋଲ ନିକଟରେ ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖି ଅଟକ ରଖିଥିଲେ । ସେମାନଙ୍କ ଠାରେ ଓଡ଼ି ୦୨ ଡ଼ିଏକ୍ସ ୪୦୩୮ ନମ୍ବର ବିଶିଷ୍ଟ ଏକ ବଜାଜ୍ ପଲସର୍ ମୋଟର ସାଇକେଲ୍ ଏବଂ ଏକ ନୀଳ ରଙ୍ଗର ଜରି ବ୍ୟାଗ୍ ରହିଥିଲା। ତାହା ଯାଞ୍ଚ ବେଳେ ସେଥିରୁ ଗଞ୍ଜେଇ ଥିବା ଜଣା ପଡିଥିଲା। ଏସମ୍ପର୍କରେ ପଚରାଉଚରା ବେଳେ ସେମାନେ ଆର୍ଥିକ ଲାଭ ପାଇଁ ଜଣେ ଅଜ୍ଞାତ ବ୍ୟବସାୟୀଙ୍କ ନିକଟରେ ବିକ୍ରି କରିବା ଉଦ୍ଦେଶ୍ୟରେ ଏହି ଗଞ୍ଜେଇ ନେଉଥିବା ସ୍ୱୀକାର କରିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରିବାରୁ ତାହା ମୋଟ ୨୨. ୮୯୦ କିଲୋଗ୍ରାମ ହୋଇଥିଲା। ପୋଲିସ ବାଇକ ସହ ଗଞ୍ଜେଇ ଜବତ କରିଛି।ସେମାନେ ହେଲେ କନ୍ଧମାଳ ଜିଲ୍ଲା ଟିକାବାଲି ବଡ଼ି ମୁଣ୍ଡା ଗ୍ରାମର ସୁବ୍ରତ ପ୍ରଧାନ ଓ ଅନ୍ୟଜଣେ ହେଲେ ଭଞ୍ଜନଗର ଥାନା କୁଲାଡ଼ ରତ୍ନେଶ୍ୱର ସାହିର ବିଜୟ ସାହୁ।  ଏହି ଘଟଣାରେ ଭଞ୍ଜନଗର ଥାନା କେସ୍ ନଂ ୮୩୩/୨୬, ଏଣ୍ଡିପିଏସ ଆଇନ୍‌ର ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି।ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଭଞ୍ଜନଗର ଆଇଆଇସି ଜୀବନାନନ୍ଦ ଜେନା କହିଛନ୍ତି।