ଲାଞ୍ଚିଗଡ଼, ୧୫/୦୮ ( ଶେଖର ସୁମନ ଦାଶ ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ର ବିଭିନ୍ନ ପଞ୍ଚାୟତ ର ବହୁ ଗ୍ରାମ ଯଥା ମୁଣ୍ଡାବାହାଲ, ଲହେଡ଼, ଗାଁପେନୁ, ବଡ଼ ବାତୁଆ, କାନକେରି, ଟିମନ ଭାଡ଼ି ଗ୍ରାମ ଗୁଡିକ ରେ ଗତ କୋଡିଏ ବର୍ଷ ଧରି ଏ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ସମସ୍ୟା ରହି ଆସିଛି । ବିଦ୍ୟୁତ ସଂଯୋଗ ନ ଥିବା ଯୋଗୁଁ ଛାତ୍ର ଛାତ୍ରୀ ଙ୍କ ପାଠ ପଢା, ଦୈନନ୍ଦିନ ଜୀବନ ଓ ଗ୍ରାମବାସୀ ଙ୍କ ସାମଗ୍ରିକ ଉର୍ନ୍ନତି ବାଧାପ୍ରାପ୍ତ ହୋଇ ଆସିଛି ତେଣୁ ଏହି ଅଞ୍ଚଳର ଦୀର୍ଘ ଦିନର ଦାବୀ କୁ ଗୁରୁତ୍ୱ ଦେଇ ଶୀଘ୍ର ବିଦ୍ୟୁତ ସଂଯୋଗ କରିବା ନିମନ୍ତେ ଭାରତୀୟ ଜନତା ପାର୍ଟି ବିଶ୍ୱନାଥପୁର ମଣ୍ଡଳ ତରଫରୁ ସଭାପତି ତୁଳସୀ ମାଝୀ ସମ୍ପାଦକ ଗୌତମ କୁମାର ନାଗ ଓ ଉପ ସଭାପତି ଅଶୋକ ପରିଡା ଙ୍କ ନେତୃତ୍ୱ ରେ ଲାଞ୍ଜିଗଡ ବିଧାୟକ ପ୍ରାଥୀ ତଥା ରାଜ୍ୟ ଏସ.ଟି.ମୋର୍ଚ୍ଚା ଉପ ସଭାପତି ରମେଶ ମାଝୀ ଙ୍କ ଉପସ୍ଥିତି ରେ ମାନ୍ୟବର ଓଡିଶା ପ୍ରଦେଶ ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ ଙ୍କୁ ଆଜି ଭବାନୀପାଟଣା ରେ ଲିଖିତ ଆକାରରେ ଏକ ଦାବି ପତ୍ର ପ୍ରଦାନ କରାଯାଇ ଅଛି ଉପ ମୁଖ୍ୟ ମନ୍ତ୍ରୀ ମଧ୍ୟ୍ୟ ଉକ୍ତ ବିଷୟରେ ଶୀଘ୍ର ଆଲୋକପାତ କରିବା ପାଇଁ କଥା ଦେଇଥିବା ସହ ସେହି ଗାଁ ମନେ ଆଗାମୀ ଦିନରେ ବିକାଶ ହବା ନେଇ ପ୍ରକାଶ କରିଛନ୍ତି । ନୂତନ ସରକାର ଉପରେ ଆମର ଆଶା ଆଉ ବିଶ୍ୱାସ ରହିଛି ତେଣୁ ଉକ୍ତ ଛଅ ଗୋଟି ଗ୍ରାମରେ ଶୀଘ୍ର ବିଦ୍ୟୁତ ସଂଯୋଗ ପ୍ରଦାନ ସରକାର ଙ୍କ ତରଫରୁ ଯୋଗାଇ ଦେବେ ବୋଲି ମଣ୍ଡଳ ସଭାପତି ଶ୍ରୀ ତୁଳସୀ ମାଝୀ ପ୍ରକାଶ କରିଛନ୍ତି ।
କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ ନବଦୂତ ନିୟୁଜ ।
