Hot Posts

6/recent/ticker-posts

ସଚେତନ ଯୁବାମଞ୍ଚ ନୂତନ କମିଟି ଗଠନ

ସିନାପାଲି, ୨୩/୦୮ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ଗ୍ରାମର ସମସ୍ତ ଯୁବଗୋଷ୍ଠୀଙ୍କୁ ନେଇ ସଚେତନ ଯୁବାମଞ୍ଚ ନୂତନ କମିଟି ଗଠିତ ହୋଇଥିଲା । ଗ୍ରାମର ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା,କଳା ସଂସ୍କୃତିର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତ ଯୁବକଙ୍କ ମିଳିତ ଆହ୍ବାନ ପାଇଁ ଯୁବ ସଂଗଠକ ଘନଶ୍ୟାମ ମେହେରଙ୍କ ନେତୃତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସଭାରେ ଗାଁର ବିଭିନ୍ନ ପ୍ରସଙ୍ଗକୁ ନେଇ ସମସ୍ତ ଯୁବ ବନ୍ଧୁ ନିଜର ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶ୍ରୀ ଗୁପ୍ତେଶ୍ୱର ମେହେର ମଧ୍ୟ ଯୁବକ ମାନଙ୍କୁ ଉତ୍ସାହିତ ଏବଂ ଆଗାମୀ ଭବିଷ୍ୟତ ପାଇଁ ଉତ୍ତମ ମାର୍ଗଦର୍ଶନ କରିଥିଲେ । ଶେଷରେ ସମସ୍ତଙ୍କ ମିଳିତ ସମର୍ଥନ କ୍ରମେ ସଭାପତି ଭାବରେ ଘନଶ୍ୟାମ ମେହେର, ଉପସଭାପତି ମୁକେଶ ମେହେର, ସଂପାଦକ ତୁଷାର ରଂଜନ ମେହେର,ସହ ସଂପାଦକ ଜମେଶ୍ବର ମେହେରଙ୍କୁ ମନୋନୀତ କରାଯାଇ ଗ୍ରାମର ବିକାଶ ପାଇଁ ନିଃସ୍ୱାର୍ଥପରତା ଭାବରେ ସହଯୋଗ ପାଇଁ ସମସ୍ତ ସଭ୍ୟ ଶପଥ ପାଠ କରିଥିଲେ ଶେଷରେ ତୁଳସୀରାମ ମେହେର ଧନ୍ୟବାଦ ଦେଇଥିଲେ ।