Hot Posts

6/recent/ticker-posts

ପୁଣି ଭାଙ୍ଗିଲା ଘର୍ଲା ଜୋର୍ ଆପ୍ରୋଚ୍ ପୋଲ, କଲମପୁର–ଜୁନାଗଡ଼ ଯାତାୟାତ ଠପ

କଳାହାଣ୍ଡି, ୨୩/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାରେ ପୁଣିଥରେ ଲଗାଣ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ଘର୍ଲା ଜୋର୍ ଉପରେ ନିର୍ମିତ ଆପ୍ରୋଚ୍ ପୋଲ ପୁଣିଥରେ ଭାଙ୍ଗିଯିବାରୁ କଲମପୁର–ଜୁନାଗଡ଼ ମଧ୍ୟରେ ଯାତାୟାତ ଠପ ହୋଇପଡ଼ିଛି । ପୋଲ ଭାଙ୍ଗିଯିବା ଯୋଗୁଁ ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ଫଳରେ ଦୈନନ୍ଦିନ ଯାତାୟାତ ପାଇଁ ଏହି ରାସ୍ତା ଉପରେ ନିର୍ଭରଶୀଳ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେଇ ଯାତାୟାତ ସ୍ୱାଭାବିକ କରିବାକୁ ଦାବି ହେଉଛି ।